ଟେରର ଫଣ୍ଡିଙ୍ଗ ମାମଲାରେ ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟେରର ଫଣ୍ଡିଙ୍ଗ ମାମଲାରେ କାଶ୍ମୀରୀ ବିଚ୍ଛିନ୍ନତାବାଦୀ ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଆତଙ୍କବାଦ ଆର୍ଥିକ ମାମଲାରେ ଦୋଷୀ ସାବ୍ୟସ୍ତ କାଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ମୃତ୍ୟୁଦଣ୍ଡ ଦାବିରେ ଏନଆଇଏ କୋର୍ଟରେ ଦାବି କରିଥିଲା । ଏନେଇ କୋର୍ଟର ସ୍ୱତନ୍ତ୍ର ଜଜ୍ ପ୍ରବୀଣ ସିଂ ୧୯ ମଇରେ ବେଆଇନ କାର୍ୟ୍ୟକଳାପ ନିବାରଣ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ ।

ଅନ୍ୟପଟେ ପଟିଆଲା ହାଉସର ସ୍ପେଶାଲ୍ ଜଜ୍ ତାଙ୍କ ଆର୍ଥିକ ସ୍ଥିତିର ଆକଳନ କରିବାକୁ ଏନଆଇଏ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହା ଦ୍ୱାରା ଜୋରିମାନାର ପରିମାଣ ସ୍ଥିର ହୋଇପାରିବ। ଏହାପୂର୍ବରୁ ମେ ୧୦ ରେ ମଲିକ କୋର୍ଟଙ୍କୁ କହିଥିଲେ ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସାମ୍ନା କରିବାକୁ ସେ ଚାହୁଁ ନାହାଁନ୍ତି। ସେ ନିଜ ଅପରାଧ ସ୍ୱୀକାର କରିଥିଲେ । ମଲିକ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି।

Related Posts