ଆଜି ନିର୍ବାଚନ ମନିଫେଷ୍ଟୋ ପ୍ରକାଶ କରିବ ନାହିଁ; ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ବାତିଲ ହେଲା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳମାନେ ନିଜର ସମସ୍ତ ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏପରିକି ଦଳମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ ଏବଂ କାଉଣ୍ଟର କରିବାରେ ଲାଗିଛନ୍ତି । କେବଳ ଏତିକି ନୁହେଁ ବରଂ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ନିଜର ମନିଫେଷ୍ଟୋ ମଧ୍ୟ ପ୍ରକାଶ କରିବାରେ ଲାଗିଛନ୍ତି । ହେଲେ ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ମନିଫେଷ୍ଟୋ ପ୍ରକାଶ କରିବ ନାହିଁ ବୋଲି ଘୋଷଣା କରିଛି । ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ମୃତ୍ୟୁ ପରେ ଦଳ ଏହି ନିଷ୍ପତ୍ତି ନେଇଛି।

ବିଜେପି ନେତାମାନେ ପାର୍ଟି କାର୍ଯ୍ୟାଳୟରେ ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ପରବର୍ତ୍ତୀ ସମସ୍ତ କାର‌୍ୟ୍ୟକ୍ରମକୁ ସ୍ଥଗିତ ରଖିଥିଲେ। ଅନ୍ୟପଟେ ଫେବୃଆରୀ ୧୦ ତାରିଖରୁ ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ସେହିପରି ଫେବୃଆରୀ ୧୪, ୨୦, ୨୩, ୨୭ ଓ ମାର୍ଚ୍ଚ ୩ରେ ଉତ୍ତରପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି । ସେପଟେ ମାର୍ଚ୍ଚ ୧୦ ତାରିଖରେ ଉତ୍ତରପ୍ରଦେଶର ନିର୍ବାଚନୀ ଫଳାଫଳ ଘୋଷଣା କରାଯିବ ।

Related Posts