ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା; ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର ଫେରାର ହୋଇଯାଇଥିବା ନେଇ ଚର୍ଚ୍ଚା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଢୁଛି ମହିଳା ଇଞ୍ଜିନିୟର ଶ୍ୱେତାଙ୍କ ମୃତ୍ୟୁ ରହସ୍ୟ । ଆଉ ଏହାରି ଭିତରେ ଶ୍ୱେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ ଫେରାର ଥିବା ଚର୍ଚ୍ଚା ହେଉଛି । ଏନେଇ ତାଙ୍କ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ, ଶ୍ୱେତାଙ୍କୁ ତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ୍ ମହାପାତ୍ର ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିଲେ ପରିବାର ଲୋକଙ୍କ ଅଭିଯୋଗ ପରେ ସସପେନ୍ସ ଆହୁରି ବଢିଯାଇଛି ।ତାଙ୍କୁ ଶାରୀରିକ, ମାନସିକ, ଓ ଆର୍ଥିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ମୃତ ଶ୍ୱେତାଙ୍କ ବାପା ।

ସେହିପରି ଶ୍ୱେତାଙ୍କ ମୃତ୍ୟୁ ପାଇଁ ତାଙ୍କ ପୁରୁଷ ବନ୍ଧୁ ଦାୟୀ ବୋଲି କହିଛନ୍ତି ଶ୍ୱେତାଙ୍କ ଭାଇ । ସେମାନେ ଦୀର୍ଘଦିନ ହେବ ସମ୍ପର୍କରେ ଥିଲେ । ପରସ୍ପରକୁ ବିବାହ କରିଥାନ୍ତେ । ହେଲେ ସୌମ୍ୟଜିତଙ୍କ ପରିବାର ଲୋକେ ୩୦ ଲକ୍ଷ ଟଙ୍କା ଦାବି କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଶ୍ୱେତାଙ୍କ ଭାଇ । ବି.ଟେକ୍ କରିବା ପରେ ଶ୍ୱେତା ଇନଫୋସିସରେ ୨୦୧୮ ମସିହାରେ ଚାକିରୀ ପାଇଥିଲେ । ଏହାପରେ ଅଫିସରେ ଚାକିରୀ କରୁଥିବା ତାଙ୍କ ସହଯୋଗୀ ସୌମ୍ୟଜିତ ମହାପାତ୍ର ଶ୍ୱେତାଙ୍କୁ ଭଲ ପାଇବାକୁ ବାଧ୍ୟ କରିଥିଲେ । ଏହା ନହେଲେ ସେ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢି ଉଠିବା ପରେ ବିଭିନ୍ନ ଉପାୟରେ ସୌମ୍ୟଜିତ, ଶ୍ୱେତାଙ୍କଠାରୁ ଟଙ୍କା ନେବାରେ ଲାଗିଲେ । ଏହପରେ ଶ୍ୱେତା ମାନସିକ ସ୍ତରରେ ଭାଙ୍ଗିପଡିଥିଲେ । ଖୋର୍ଦ୍ଧାସ୍ଥିତ ଇନଫୋସିସକୁ ବଦଳି ପରେ ସୌମ୍ୟଜିତ, ଶ୍ୱେତାଙ୍କ ସହ ସମ୍ପର୍କ କାଟିଦେଇଥିଲେ । ବିବାହ କରିବାକୁ ସେ, ଶ୍ୱେତା ସହ ଶାରୀରିକ ସମ୍ପର୍କ ରଖିି ଅଶ୍ଳୀଳ ଫଟୋ ନେଇଥିଲେ ଓ ବ୍ଲାକମେଲିଂ କରିବା ଆରମ୍ଭ କରିଦେଇଥିଲେ । ଅନ୍ୟ ଝିଅ ସହିତ ସୌମ୍ୟଜିତଙ୍କ ସମ୍ପର୍କ ରହିିଥିଲା । ପରେ ସୌମ୍ୟଜିତ ଚାକିରୀ ଛାଡି ଭୁବନେଶ୍ୱରର ଜାଭିୟରରେ ଆଡମିଶନ କରିଥିଲେ । ଏହାପରେ ଶ୍ୱେତାଠାରୁ ସେ ଟଙ୍କା ମାଗି ଚାଲିଥିଲେ ।

Related Posts