ଭୂକମ୍ପରେ ଥରିଲା ଆଣ୍ତାମାନ ନିକୋବର ଦ୍ବୀପପୁଞ୍ଜର ଡିଗଲିପୁର

ନୂଆଦିଲ୍ଲୀ: ଆଣ୍ତାମାନ ନିକୋବର ଦ୍ବୀପପୁଞ୍ଜର ଡିଗଲିପୁରରେ ଭୂକମ୍ପ ଝଟକା | ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଶୁକ୍ରବାର ସକାଳ ୭ଟା ୫୦ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏହା ଦ୍ବୀପପୁଞ୍ଜର ଇଏସଇ ଡିଗଲିପୁର ଠାରୁ ୫୫ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଶେଷଥର ପାଇଁ ମେ ୯ ରେ କାମ୍ପବେଲ ବେ ଅଞ୍ଚଳରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ ହୋଇଥିଲା ।

Related Posts