ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା

ପାକିସ୍ତାନ: ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହେବ ଭାଗ୍ୟ ପରୀକ୍ଷା | ନିଜ ଗାଦି ବଞ୍ଚାଇବା ପାଇଁ ଲଢ଼ିବେ ଇମ୍ରାନ | ଶେଷ ବଲ୍‌ରେ କ’ଣ କରିବେ ଇମ୍ରାନ? ଆଉଟ୍‌ ହେବେ ନା ମାରିବେ ଛକା। ତା’ ଉପରେ ଆଜି ହେବ ଫାଇନାଲ ଫଇସଲା। ଆଜି ପାକିସ୍ତାନ ପାର୍ଲାମେଣ୍ଟରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ପଡିବ। ଏହା ପୂର୍ବରୁ ପାକିସ୍ତାନ ରାଜନୀତି ସରଗରମ ହୋଇପଡିଛି । ବିରୋଧୀ ଏକ ହେଇଥିବାରୁ କ୍ଷମତା ଦଖଲ କରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି, ସେ ଇସ୍ତଫା ଦେବେ ନାହିଁ ।

ଅନ୍ୟପଟେ ଅନାସ୍ଥା ଭୋଟ୍ ପୂର୍ବରୁ ଇମ୍ରାନ ସରକାର ଭାଙ୍ଗିଦେବାକୁ ଚିନ୍ତା କରିପାରନ୍ତି । କାରଣ ପାକିସ୍ଥାନର ଶାସକ ଦଳ ପିଟିଆଇ ଶିଘ୍ର ନିର୍ବାଚନ କରିବା ଲକ୍ଷରେ ଅଛି । ଯଦି ଆନାସ୍ଥା ପ୍ରସ୍ଥାବ ପାରିତ ହୁଏ ତେବେ ପାକିସ୍ଥାନରେ ଖୁବିଶୀଘ୍ର ନିର୍ବାଚନ ହୋଇପାରେ ବୋଲି ସ୍ଥାନୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଏପଟେ ବିରୋଧୀ କହିଛନ୍ତି ଇମ୍ରାନ ଖାନ୍ ଭୋଟ୍ ପୂର୍ବରୁ କୌଣସି ଅସାମ୍ବିଧାନିକ ପଦକ୍ଷେପ ଗ୍ରହଣ ନକରନ୍ତୁ । ଇମ୍ରାନ୍ ଡ୍ରାମା ନକରି ତୁରନ୍ତୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳର ନେତା ଶାହବାଜ ସରିଫ । ତିନୋଟି ବିକଳ୍ପ ଉପରେ ଇମ୍ରାନ ବିଚାର କରୁଥିବା ଶାସକ ଦଳର ନେତା ତଥା ମନ୍ତ୍ରୀ ଶେଖ ରସିଦ କହିଛନ୍ତି । ସରକାର ଭାଙ୍ଗି ଆଗୁଆ ନିର୍ବାଚନ କରିବା, ପାକିସ୍ତାନ ମୁସଲିମ ଲିଗ, ଜାମିଆତ ଉଲେମା-ଏ-ଇସଲାମ ଭଳି ଦଳକୁ ବ୍ୟାନ କରିବା ସହିତ ତଦନ୍ତ ପରିସରଭୁକ୍ତ ଦାବି । ପାକିସ୍ତାନ ତେହରିକ-ଏ-ଇନସାଫର ସଦସ୍ୟଙ୍କୁ ଗୃହରୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇପାରନ୍ତି ।

ପାକିସ୍ତାନ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀ ନିଜର ପୂରା କାଯର୍ୟକାଳ ସଂପୂର୍ଣ୍ଣ କରିପାରି ନାହାନ୍ତି ଯାହା ଜଣାପଡୁଛି ଏହି ପରମ୍ପରାକୁ ବଜାୟ ରଖିବ ପାକିସ୍ତାନ ପାର୍ଲାମେଣ୍ଟ। ଇମ୍ରାନ ଖାନଙ୍କ ନିଜ ଦଳର କିଛି ସାଂସଦ ବିରୋଧୀ ଗୋଷ୍ଠୀରେ ସାମିଲ ହୋଇଥିବାରୁ ଆଜି ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ। ୩୪୨ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ଲିରେ ବହୁମତ ସାବ୍ୟସ୍ତ ଲାଗି ଇମ୍ରାନଙ୍କୁ ଦରକାର ୧୭୨ ଭୋଟ୍।

ଶାସକ ଦଳ ପାକିସ୍ତାନ ତେହେରିକ-ଇନସାଫ PTI ର ଦୁଇ ଡଜନରୁ ଅଧିକ ସାଂସଦ ବିଦ୍ରୋହ ଘୋଷଣା କରିବା ଏବଂ ମୁଖ୍ୟ ସହଯୋଗୀ ଦଳ MQM-P ପାକିସ୍ତାନ ପିପୁଲ୍ସ ପାର୍ଟି ସହ ହାତ ମିଳାଇବା ପରେ ଇମ୍ରାନଙ୍କ ପଦ ଯିବା ନିଶ୍ଚିତ ହୋଇଯାଇଛି। PTI ସହଯୋଗୀ ଜମୁରି ଓ୍ୱତନ୍ ପାର୍ଟି ମଧ୍ୟ ମେଣ୍ଟରୁ ଓହରିଯାଇଛି। ବିରୋଧୀ ମେଣ୍ଟର ସଦସ୍ୟଙ୍କ ସଂଖ୍ୟା ୧୭୭ ହେଲାଣି।

ପ୍ରଧାନମନ୍ତ୍ରୀ ପଦରୁ ତଡ଼ା ଖାଇବା ନିଶ୍ଚିତ ହେବା ପରେ ଇମ୍ରାନ ଖାନ ଏବେ ନୂଆ ଚାଲ ଖେଳିଛନ୍ତି। ସାଧାରଣ ଲୋକଙ୍କୁ ସେ ବନାଇଛନ୍ତି ଢ଼ାଲ। ଅନାସ୍ଥା ପ୍ରସ୍ତାବକୁ ବିରୋଧ କରି ସାରା ଦେଶରେ ଆନ୍ଦୋଳନ କରିବାକୁ ସେ ନିଜ ସମର୍ଥକଙ୍କୁ ଆହ୍ୱାନ ଦେଇଛନ୍ତି।

Related Posts