ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା: ମହାପ୍ରଭୁଙ୍କ ରୋଷଘର ଚୁଲାକୁ ଭାଙ୍ଗିଲେ ଦୁର୍ବୁତ୍ତ

ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଘଟିଛି ଏକ ଅଭାବନୀୟ ଘଟଣା | ଦୁର୍ବୁତ୍ତ ମାନେ ମହାପ୍ରଭୁଙ୍କ ରୋଷଘରେ ହିଂସା କାଣ୍ଡ ଘଟାଇଛନ୍ତି | ରୋଷଘରର ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଯାହା ଜଣାପଡିବା ପରେ ଏବେ ଶ୍ରୀମନ୍ଦିରେରେ ଉତେଜେନା ଦେଖା ଦେଇଛି | ସେବାୟତ ମାନେ ପରସ୍ପର ଉପରେ ଦୋଷ ଲଦା ଲଦି ହେଉଛନ୍ତି |

ପୂର୍ବ ଶତ୍ରୁତାକୁ ନେଇ ଏପରି କାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘଟଣାର ଛାନବିନ୍ ପରେ ଦୋଷୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର ପ୍ରଶାସନଙ୍କ ପକ୍ଷରୁ କୁହାଯାଇଛି । ବିଭିନ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ ହୋଇଛି |

Related Posts