ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ରେ ଅନେକ ମିଛ କଥାକୁ ଦେଖାଯାଇଛି: ଓମାର ଅବଦୁଲ୍ଲା

ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଏବେ ହିଟ୍ ସାବ୍ୟସ୍ତ ହୋଇଛି । ସତ ଘଟଣାକୁ ନେଇ ପ୍ରସ୍ତୁତ ଏହି ଫିଲ୍ମ୍ କୁ ନେଇ ଦର୍ଶକ ଙ୍କ ମଧ୍ୟରେ ବହୁ ଉତ୍କଣ୍ଠା ପ୍ରକାଶ ପାଇଛି । କାଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମାଣ ହୋଇଛି ଏହି ଫିଲ୍ମ୍ । ତେବେ ଏହି ଫିଲ୍ମ୍ ଗୋଟିଏ ସପ୍ତାହ ଭିତରେ ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରି ସାରିଲାଣି । ଖାଲି ସେତିକି ନୁହେଁ, ଫିଲ୍ମକୁ ନେଇ ରାଜନୈତିକ ବୟାନ ବାଜି ମଧ୍ୟ ଲାଗି ରହିଛି । ଗୋଟିଏ ପଟେ ବିଜେପି ନେତାମାନେ ଏହି ଫିଲ୍ମର ଢେରସାରା ପ୍ରଶଂସା କରୁଥିବାବେଳେ, କଂଗ୍ରେସ ସମେତ ଅନ୍ୟ କିଛି ଦଳ ଏହି ଫିଲ୍ମରେ ସମ୍ପୂର୍ଣ୍ଣ ସତ କଥା ବର୍ଣ୍ଣନା କରାଯାଇନି ବୋଲି ଅଭିଯୋଗ କରୁଛନ୍ତି । ଆଉ ଏହାରି ଭିତରେ ଏହି ଫିଲ୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ।

ଓମାର ଅବଦୁଲ୍ଲାଙ୍କ କହିବା କଥା, ଏହି ଫିଲ୍ମରେ ଅନେକ ମିଛ କଥାକୁ ଦେଖାଯାଇଛି । ଯେତେବେଳେ କାଶ୍ମୀରରେ ହିନ୍ଦୁ ପଣ୍ଡିତମାନଙ୍କ ଉପରେ ଅତ୍ୟାଚାର କରାଯାଉଥିଲା, ସେତେବେଳେ ଫାରୁକ୍ ଅବଦୁଲ୍ଲା ଜାମ୍ମୁକାଶ୍ମୀରର ମୁଖ୍ୟମନ୍ତ୍ରୀ ନଥିଲେ । ବଂର ଏହି ସମୟରେ ଜାମ୍ମୁକାଶ୍ମୀରରେ ରାଜ୍ୟପାଳ ଶାସନ ଜାରି ରହିଥିଲା । ଏହାସହିତ ଦେଶରେ ସେତେବେଳେ ବି.ପି ସିଂହ ସରକାର ଶାସନରେ ଥିବାବେଳେ, ଏହାକୁ ବିଜେପି ସମର୍ଥନ କରୁଥିଲା ବୋଲି ଓମାର ଅବଦୁଲ୍ଲା କହିଛନ୍ତି

ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆୟୋଜିତ ଏକ ରାଲିରେ ଯୋଗ ଦେଇ ଓମାର ଅବଦୁଲ୍ଲା ଗଣମାଧ୍ୟମକୁ ଏପରି କଥା କହିଛନ୍ତି । ଏହି ଫିଲ୍ମ ଏକ ଡକ୍ୟୁମେଣ୍ଟ୍ରି ବୋଲି ମଧ୍ୟ ସେ ସ୍ପଷ୍ଟ କରିନାହାଁନ୍ତି । ତା ସହିତ କାଶ୍ମୀର ପଣ୍ଡିତ ଏକାକି ନୁହଁନ୍ତି, ମୁସଲିମ୍ ଓ ଶିଖ୍ ମଧ୍ୟ ଏହି ସମୟରେ ନିର୍ଯ୍ୟାତନାର ଶିକାର ହୋଇଥିଲେ । ସେମାନଙ୍କୁ ମଧ୍ୟ କାଶ୍ମୀରରୁ ପଳାୟନ କରିବାକୁ ପଡିଥିଲା, ଯେଉଁମାନେ ଏପର୍ଯ୍ୟନ୍ତ କାଶ୍ମୀରକୁ ଫେରିନାହାଁନ୍ତିି । ଏହି ଫିଲ୍ମ୍ ରେ ସମ୍ପୂର୍ଣ ସତ୍ୟ ଘଟଣା କୁ ପ୍ରକାଶ କରାଯାଇନାହିଁ ।

Related Posts