ଆଗକୁ ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଖରାରୁ ମିଳିବ ଆଶ୍ବସ୍ତି

ରାଜ୍ୟରେ ଏବେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଆକାଶ ରୁ ଯେପରି ନିଆଁ ବର୍ଷା ହେବା ପରି ଲାଗୁଚି । ତେବେ ଏହାରି ମଧ୍ୟରେ ଏକ ଆଶ୍ୱସ୍ତି କର ଖବର ସାମ୍ନାକୁ ଆସିଛି।ଆଗାମୀ ଦିନରେ ରାଜ୍ୟରେ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାର୍ଚ୍ଚ ୨୧ ଓ ୨୨ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ରାଜ୍ୟରେ ବଙ୍ଗୋପସାଗର ଅଞ୍ଚଳରୁ ଜଲୀୟ ବାଷ୍ପପୂର୍ଣ୍ଣ ଶୀତଳ ବାୟୁ ପ୍ରବେଶ କରିବା ନେଇ ସମ୍ଭାବନା ରହିଛି ।

ଖରାରୁ ଆଶ୍ବସ୍ତି, ରାଜ୍ୟରେ ବର୍ଷା ପୂର୍ବାନୁମାନ କଲା ପାଣିପାଗ କେନ୍ଦ୍ରଆଗାମୀ ଦୁଇ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ କମିବ । ଯାହାଦ୍ୱାରା ଗ୍ରୀଷ୍ମପ୍ରବାହ ମଧ୍ୟ ପ୍ରଭାବ କମିବା ସମ୍ଭାବନା ରହିଛି । ଏହି ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବା ଫଳରେ କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା କରିବା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ଗତ ୨୪ ଘଣ୍ଟାରେ ଦିନର ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀରରେ ୪୦.୬ ଡ଼ିଗ୍ରୀ ରେକର୍ଡ ହୋଇଛି ।୮ ସହରରେ ୩୯ ଡିଗ୍ରୀ କିମ୍ବା ତାଠାରୁ ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ୩୬.୨ ଡ଼ିଗ୍ରୀ ଏବଂ କଟକରେ ୩୭.୮ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା 3ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ ।

Related Posts