ଗୁଜୁରାଟ ଦଙ୍ଗା ଉପରେ ନିର୍ମାଣ ହେବ ଫିଲ୍ମ: ବିନୋଦ କାପାଡି

ଫିଲ୍ମ କାଶ୍ମୀର ଫାଇଲ କୁ ନେଇ ସବୁଆଡେ ଚାଲିଛି ଚର୍ଚ୍ଚା । ଫିଲ୍ମ୍ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଅନେକ ଦର୍ଶକ ଫିଲ୍ମ୍ କୁ ଭୂରି ଭୂରି ପ୍ରଶଂସା କରୁଥିବା ବେଳେ, ଆଉ କିଛି ସ୍ଥାନରେ ଫିଲ୍ମକୁ ତୀବ୍ର ବିରୋଧ ମଧ୍ଯ କରାଯାଉଥିବା ଦେଖିବାକୁ ମିଳିଛି । ହେଲେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ଏବଂ କହିଛନ୍ତି ଯେ ଲୋକମାନେ ଫିଲ୍ମରେ ଦେଖାଯାଇଥିବା ସତ୍ୟରୁ ଦୂରେଇ ରହିବା ଉଚିତ୍ ନୁହେଁ। କାରଣ କାଶ୍ମୀର ଫାଇଲ ଫିଲ୍ମ ମାଧ୍ୟମରେ କାଶ୍ମୀର ପଣ୍ଡିତଙ୍କୁ କିପରି ଯନ୍ତ୍ରଣା ଦିଆଯାଇଥିଲା ସେହି କାହାଣୀକୁ ଦର୍ଶାଯାଇଛି । ଏଥିପାଇଁ ଏହାକୁ ଜଣାଇବାକୁ ଚେଷ୍ଟା କରାଯାଇଛି।

ଅନ୍ୟପଟେ ବଲିଉଡ ନିର୍ଦ୍ଦେଶକ ବିନୋଦ କାପାଡିଆକୁ ଫିଲ୍ମ୍ କୁ ନେଇ ମିଳିଥିବା ସଫଳତା ପରେ ଏବେ ଗୁଜରାଟ ଫାଇଲସ ନାମକ ଏକ ଫିଲ୍ମ ପ୍ରସ୍ତୁତ କରିବାକୁ ଯୋଜନା ଆରମ୍ଭ କରିଛନ୍ତି । ଯାହା ଗୁଜୁରାଟ ଦଙ୍ଗା ଉପରେ ଆଧାରିତ ହେବ, ବୋଲି ଘୋଷଣା କରିଛନ୍ତି।

ତେବେ ଫିଲ୍ମ୍ ନିର୍ମାଣ କରିବା ପୂର୍ବରୁ ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ବିନୋଦ କାପାଡିଆ ତାଙ୍କର ପ୍ରଥମ ଟ୍ୱିଟରେ ପିଏମ ମୋଦୀଙ୍କୁ ଟ୍ୟାଗ କରି ଲେଖିଛନ୍ତି, ‘ଗୁଜୁରାଟ ଫାଇଲ୍ସ ନାମରେ ମୁଁ ଏକ ଆକ୍ଟ ଉପରେ ଆଧାର କରି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତ କରୁଛି । ଏଥିରେ ଆପଣଙ୍କର ଭୂମିକା ମଧ୍ୟ ବିସ୍ତୃତ ଭାବରେ ଉଲ୍ଲେଖ କରାଯିବ। ‘ ଏହି ଟ୍ବିଟ୍‌ରେ ଆହୁରି ଲେଖା ହୋଇଛି କି , ‘ଆଉ ମୁଁ ଆଜି ଦେଶ ସାମ୍ନାରେ ନିଶ୍ଚିତ କରିବ କି ନରେନ୍ଦ୍ର ମୋଦୀ ଫିଲ୍ମ ରିଲିଜ ବନ୍ଦ କରିବେ ନି ତ…?’

ଦ୍ୱିତୀୟ ଟ୍ୱିଟରେ ବିନୋଦ କାପାଡିଆ ଲେଖିଛନ୍ତି, ‘ମୋର ଏହି ଟୁଇଟ୍ ପରେ ମୋର କିଛି ନିର୍ମାତାଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଥିଲା। ସେ # ଗୁଜରାଟ ଫାଇଲସ୍‌କୁ ପ୍ରସ୍ତୁତ କରିବାକୁ ରାଜି ଅଛନ୍ତି । ସେମାନଙ୍କର ଆବଶ୍ୟକତା ହେଉଛି କି ପ୍ରଧାନମନ୍ତ୍ରୀ ଯେଉଁ ଅଭିବ୍ୟକ୍ତିର ସ୍ୱାଧୀନତା ବିଷୟରେ କହୁଛନ୍ତି, ସେ ଏହି ଚଳଚ୍ଚିତ୍ର ପାଇଁ ମଧ୍ୟ ସମାନ ଆଶ୍ବସନା ଦେବା ଉଚିତ୍ ।

Related Posts