ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୂର୍ବତନ ପୁଲିସ ଡିଜି ଅଭୟଙ୍କୁ ରାଜ୍ୟ ସରକାର ଦେଲେ ଗୁରୁ ଦାୟିତ୍ୱ । ଅଭୟଙ୍କୁ ଷ୍ଟାଫ୍ ସିଲେକ୍ସନ କମିଶନ ( ଓଏସ୍ଏସ୍ସି )ର ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତ କରିଛନ୍ତି । ସେ ଏହି ପଦବୀରେ ୫ ବର୍ଷ ପର୍ୟ୍ୟନ୍ତ କାର୍ୟ୍ୟ କରିବେ ବୋଲି ଜଣାପଡ଼ିଛି । ସେପଟେ ଅଭୟଙ୍କ ପରେ ରାଜ୍ୟର ନୂଆ ପୋଲିସ ଡିଜି ଦାୟିତ୍ୱରେ ରହିଛନ୍ତି ସୁନୀଲ ବଂସଲ । ପୂର୍ବତନ ପୋଲିସ ଡିଜି ଅଭୟଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ୧୯୮୭ ବ୍ୟାଚ୍ ଆଇପିଏସ୍ ସୁନୀଲ ବଂସଲ । ତେବେ ସେ ଦାୟିତ୍ବ ଗ୍ରହଣ କରିବା ପରେ ପୂର୍ବତନ ଡିଜି ଅଭୟଙ୍କୁ ନୂଆ ଦାୟିତ୍ବ ଦେଇଥିଲେ ରାଜ୍ୟ ସରକାର ।

ଅଭୟଙ୍କୁ ଏସ୍ଟିଏଫ୍ (ନାର୍କୋଟିକ୍ସ) ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ପୂର୍ବତନ ପୋଲିସ ଡିଜି ଅଭୟଙ୍କୁ ଏହି ନୂଆ ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ମଧ୍ୟ ତାଙ୍କୁ ମିଳିଥିଲା । ତେବେ ପୁଣି ତାଙ୍କ ଉପରେ ଗୁରୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ସରକାର । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।