ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର; ଜଳିଗଲା ୫ ବଖରା ଘର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହୋଲିରେ ଭଦ୍ରକରେ ଅଘଟଣ । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଅସ୍ତଳ ଛକରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ମହିଳା ଗୁରୁତର ହୋଇଛନ୍ତି। ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ନିଆଁରେ ପାଞ୍ଚ ବଖରା ଘର ଜଳିଯାଇଛି । ଆଜି ସାଢ଼େ ୧୨ଟା ସମୟରେ ରମେଶ ଲାଲଙ୍କ ସ୍ତ୍ରୀ ଘରେ ରୋଷେଇ କରୁଥିଲେ। ଏହି ସମୟରେ ହଠାତ୍ ଗ୍ୟାସ ସିଲିଣ୍ଡରଟି ବିସ୍ଫୋରଣ ହୋଇଥିଲା। ପରେ ପାଖରେ ଥିବା ଆଉ ଗୋଟିଏ ଗ୍ୟାସ ସିଲିଣ୍ଡର ମଧ୍ୟ ଫାଟି ଯାଇଥିଲା।

ଦୁଇଟି ସିଲିଣ୍ଡର ଫାଟିଯିବାରୁ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା। ନିଆଁ ଲାଗିବା ସମୟରେ ରମେଶଙ୍କ ପତ୍ନୀ ଘରେ ଏକା ଥିଲେ। ସେ ନିଆଁରେ ପୋଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts