ହୋଲିରେ ଅଘଟଣ: ଖର୍ଲା ନଦୀକୁ ଗାଧୋଇବାକୁ ଯାଇ ଭାସି ଯାଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ସରଡ଼ା ଦେଇ ବୋହିଯାଇଥିବା ଖର୍ଲା ନଦୀରେ ଘଟିଛି ଅଘଟଣ । ହୋଲି ଖେଳ ଅବସରରେ ଅଘଟଣ ଘଟିଯାଇଛି। ନଦୀରେ ବୁଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଯାବତ୍ ମୃତକଙ୍କ ପରିଚୟ ମିଳିପାରି ନାହିଁ। ସେମାନଙ୍କ ଘର ପଶ୍ଚିମବଙ୍ଗର ବୋଲି ଜଣାଯାଇଛି।

ଆଜି ଦିନ ସାଢ଼େ ୧୨ଟା ସମୟରେ ଦୁଇ ଜଣ ଶ୍ରମିକ କାମରୁ ଆସି ଖର୍ଲା ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେମାନଙ୍କ ଗୋଡ଼ ଖସି ଯାଇଥିଲେ। ସେମାନେ ନଦୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ୨ ଜଣ ଶ୍ରମିକଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ମୃତକ ଦୁଇ ଜଣ ଶ୍ରମିକ କୁଚିଣ୍ଡାରେ ଏକ ଭଡ଼ା ଘରେ ରହୁଥିବା ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି ।

Related Posts