
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ଦେଶରେ ବର୍ତ୍ତମାନ ଲାଇଡସ୍ପିକରକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏପରିକି ଏ ପ୍ରସଙ୍ଗ ନେଇ ବିରୋଧୀ ମଧ୍ୟ ଶାସକ ଦଳକୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବଡ଼ ବୟାନ ଦେଇଛନ୍ତି । ତେବେ ଦେଶରେ ଦରଦାମ ବୃଦ୍ଧି ଏବଂ ବେରୋଜଗାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ କେନ୍ଦ୍ର ସରକାର ଜାଣିଶୁଣି ହନୁମାନ ଚାଳିସା ଓ ଲାଉଡସ୍ପିକର ରାଜନୀତି କରୁଛନ୍ତି ବୋଲି ସଞ୍ଜୟ ରାଉତ କହିଛନ୍ତି । ଏ ସମ୍ପର୍କିତ ଏକ ଖବର ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି । ସେପଟେ ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ଲାଉଡସ୍ପିକର ଏବଂ ହନୁମାନ ଚାଳିସା ବିବାଦ ଉପରେ ଶିବସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛି । ଶିବସେନା ପକ୍ଷରୁ ଏହାର ମୁଖପାତ୍ର ସାମନାରେ ପ୍ରକାଶିତ ଏକ ଲେଖାରେ ଉଲ୍ଲେଖ କରାଯାଇଛି ଯେ, ଲାଉଡସ୍ପିକର, ରାମ ନବମୀ, ହନୁମାନ ଚାଳିସା ଭଳି ବିବାଦ ଦେଶକୁ ବୁଡ଼ାଇବା ପାଇଁ ବିଜେପିର ଏହା ଏକ ଷଡ଼ଯନ୍ତ୍ର । ଏହା ସହ ଦରଦାମ ଏବଂ ବେକାରୀ ହେଉଛି ଦେଶର ମୁଖ୍ୟ ପ୍ରସଙ୍ଗ । ମୋଦି ସରକାର ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏଭଳି କରୁଛନ୍ତି ।
ବେକାରୀ ଏବଂ ମୁଦ୍ରାସ୍ପୀତି ଉପରେ ଅଧିକ ଆନ୍ଦୋଳନ ହେବା ଜରୁରୀ । ଦେଶ ଏହା ଉପରେ ଆଲୋଚନା କରିବା ଉଚିତ । କିନ୍ତୁ ମସଜିଦରେ ଲାଉଡସ୍ପିକର ଏବଂ ହନୁମାନ ଚାଳିସା ପ୍ରସଙ୍ଗରେ ଅଯଥା ଆନ୍ଦୋଳନ ଚାଲିଛି । ସାମନାରେ ଏହା ଲେଖାଯାଇଛି ଯେ ଧାର୍ମିକ ଘୃଣା ପ୍ରସଙ୍ଗରେ ଅଫାଗାନିସ୍ତାନ ଅପେକ୍ଷା ଭାରତର ସ୍ଥିତି ଅଧିକ ଖରାପ ହୋଇଯାଇଛି । ଯେଉଁ ପରି ଲୋକଙ୍କ ହାତରେ ଆଫଗାନିସ୍ତାନର ଶାସନ ଡୋରି ରହିଛି ଭବିଷ୍ୟତରେ ଆମ ଦେଶରେ ସମାନ ଅବସ୍ଥା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି । ଏପରିକି ଦାରିଦ୍ର୍ୟ ଏବଂ ଭୋକରେ ଭାରତ ପାକିସ୍ତାନ ଏବଂ ବାଂଲାଦେଶକୁ ପଛରେ ପକାଇ ଦେଇଛି ।ଏପରିକି ବେରଜଗାରୀ ଏବଂ ଦରଦାମ ବୃଦ୍ଧି ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଦଙ୍ଗାର ପ୍ରୟୋଗ କରାଯାଉଛି । ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବକଙ୍କୁ ଟ୍ରୋଲର ତିଆରି କରିବା କାମ ଦିଆଯାଇଛି । ଏହା ବର୍ତ୍ତମାନ ସେମାନଙ୍କର ରୋଜଗାର । ଦେଶରେ ଧାର୍ମିକ ମତଭେଦ ଏବଂ ଘୃଣା କେଉଁ ସ୍ତରରେ ପହଞ୍ଚିଛି ଏବଂ ଆମର ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ଚୁପ ଅଛନ୍ତି । ଦେଶରେ କେବେ ଶାନ୍ତି ଫେରିବ ତାହା ଅଜଣା । ସରକାର ଏସବୁ କାର୍ଯ୍ୟରେ ଲିପ୍ତ ଥିବା ସାମନାରେ ଉଲ୍ଲେଖ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।