ସରକାରୀ ଚାକିରୀରେ ଠିକା ନିଯୁକ୍ତ ଦେଇ ବାର୍ଷିକ ଦୁଇ ହଜାର କୋଟି ଟଙ୍କା ଚଳୁ : କଂଗ୍ରେସ

ଚୁକ୍ତିଭିତିକ ନିଯୁକ୍ତିକୁ ତୁରନ୍ତ ବାତିଲ କରି ନିୟମିତ ନିଯୁକ୍ତି ଲାଗୁ କରନ୍ତୁ ସରକାର 

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ଦୀର୍ଘବର୍ଷ ଧରି ଓଡ଼ିଶାରେ ଏକ ସ୍ଥିର ସରକାର ରହିବା ପରେ ବି ରାଜ୍ୟର ଆର୍ଥିକ ଅବସ୍ଥାରେ କ’ଣ ଅବନତି ହେଲାଯେ ସରକାର ଅସାମ୍ବିଧାନିକ କଣ୍ଟ୍ରାକ୍ଚୁଆଲ ଆପ୍ଏଣ୍ଟମେଟ ରୁଲ ଆଣି ୨୦୧୩ ପରବର୍ତ୍ତୀ ସମସ୍ତ ଗୁପ – ବି , ସି ଓ ଡି ନିଯୁକ୍ତିକୁ ଠିକା କରିଦେଇଛନ୍ତି । ଏହା କ’ଣ ଏକ ଆଦର୍ଶ ସରକାରର ମାନସିକତା ? ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ଆବାହକ ଶ୍ରୀ ସତ୍ୟ ପ୍ରକାଶ ନାୟକ ସରକାରଙ୍କୁ ଏ ପ୍ରଶ୍ନ ପଚାରିବା ସହିତ ସରକାରଙ୍କ ଦ୍ବାରା ପ୍ରଣୀତ ଠିକା ନିଯୁକ୍ତି ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି ରଖିଛନ୍ତି । ସେ କହିଥିଲେ ଯେ ମାନ୍ୟବର ସୁପ୍ରିମକୋର୍ଟଙ୍କ ୨୦୧୬ ମସିହାର ଗୁରୁତ୍ବପୂର୍ଣ୍ଣ ରାୟ ଓ ନିର୍ଦ୍ଦେଶ ଅନୁସାରେ ସମାନ କାମକୁ ସମାନ ଦରମା ଦେବାର ନିୟମକୁ ଓଡ଼ିଶାରେ ତୁରନ୍ତ ଲାଗୁ କରାଯାଉ । 

ସାଧାରଣ ନିଯୁକ୍ତି ପ୍ରକ୍ରିୟାରେ ଓପିଏସ୍‌ସି , ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଓ ଅନ୍ୟାନ୍ୟ ସରକାରୀ ନିଯୁକ୍ତି ବୋର୍ଡ ଦ୍ୱାରା ସିଧାସଳଖ ଭାବେ ଦୁଇ କିମ୍ବା ତିନି ପର୍ଯ୍ୟାୟରେ ଉତୀର୍ଣ୍ଣ ହେଲାପରେ ଯୋଗ୍ୟ ବିବେଚିତ ହୋଇ ମୁତୟନ ହୋଇଥିବା ସମସ୍ତ ବିଭାଗର ଯୁବକର୍ମଚାରୀ ମାନଙ୍କୁ ୬ ବର୍ଷ ଯାଏଁ ଦିନ ମଜୁରୀ ଠାରୁ କମ ପାରିଶ୍ରମିକରେ ସରକାର କାମରେ ଖଟାଉଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଅନ୍ୟ ପ୍ରଶାସନିକ ସେବା ଅଧୁକାରୀଙ୍କ ଭଳି ସମାନ ପଦ୍ଧତିରେ ଯେଉଁ ବର୍ଗ ବିଶେଷ ନିଯୁକ୍ତି ପାଉଛନ୍ତି ସେମାନଙ୍କୁ ମାସକୁ ଠିକାରେ ମାତ୍ର ୮ ହଜାର ଟଙ୍କା ଦରମା ଦେବା ନବୀନ ବାବୁଙ୍କ ମୋ ପରିବାରର ସଦସ୍ୟ ମାନଙ୍କ ପ୍ରତି ଅପମାନ ନୁହେଁ କି ? 

କଣ୍ଟ୍ରାକ୍ଚୁଆଲ ଆପଏଣ୍ଟମେଣ୍ଟ ରୁଲ ୨୦୧୩ ଅନୁସାରେ ସେମାନଙ୍କୁ କେବଳ ସେହି ପଦବୀର ମୂଳ ଦରମା ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ୭ମ ବେତନ କମିଶନଙ୍କ ସୁପାରିଶ ପରେ ଯେତେବେଳେ ସବୁ ପଦବୀର ମୂଳ ଦରମା ବଢ଼ିଲା ସେତେବେଳେ ୨୦୧୭ ମସିହାରେ ସରକାର ଅନ୍ୟାୟ ଭାବେ ଏକ ସଂଶୋଧନ ପ୍ରସ୍ତାବ ଆଣି ସେମାନଙ୍କୁ ମୂଳ ଦରମାରୁ ବଂଚିତ କଲେ । ଏହି ହିସାବରେ ଗୋଟିଏ ଗୃପ – ବି ( ୪,୨୦୦ ଗ୍ରେଡ୍‌ ପେ ) କର୍ମଗ୍ରୀଙ୍କୁ ମାସିକ ୧୭ % ଡିଏ ଅନୁସାରେ ୪୨୦୯୩ ଟଙ୍କା ପରିବର୍ତ୍ତେ ମାତ୍ର ୧୬୮୮୦ ଦେଇ ହଜାର ହଜାର କର୍ମସ୍ପରୀଙ୍କ ଠାରୁ ସରକାର ଯେଉଁ ଟଙ୍କା ଠକି ନେଉଛନ୍ତି ତାକୁ କେଉଁ ବାବଦରେ ଖର୍ଚ୍ଚ କରୁଛନ୍ତି ତାର ହିସାବ ଓଡ଼ିଶା ବାସୀଙ୍କୁ ଦେବା ଦରକାର । 

ଠିକ୍ ସେହିପରି ଜଣେ ଗୃପ – ସି କର୍ମଚାରୀଙ୍କୁ ( ୧୮୦୦ – ୨୮୦୦ ଗ୍ରେଡ୍‌ ପେ ) ମାସିକ ୨୧୪୧୦ – ୩୪୫୬ ଟଙ୍କା ପରିବର୍ତ୍ତେ ମାତ୍ର ୮୭୫୦ – ୧୦୦୦୦ ଟଙ୍କା ଦେଇ କୋଟି କୋଟି ଟଙ୍କା ଠକେଇ ଚାଲିଛି । ଆଜିର ଦିନରେ ଓଡ଼ିଶାରେ ଉଚ୍ଚକୁଶଳୀ ଶ୍ରମିକଙ୍କ ଦିନକୁ ମଜୁରୀ ୪୬୧ ଟଙ୍କା ଓ ମାସକୁ ୧୩୮୩୦ ଟଙ୍କା ହୋଇଥିବା ବେଳେ ସରକାରୀ ନିଯୁକ୍ତିରେ ଠିକାରେ କାର୍ଯ୍ୟକରୁଥିବା କର୍ମଗ୍ରୀଙ୍କ ଦରମା ମାତ୍ର ୮୭୫୦ ଟଙ୍କା ସରକାରଙ୍କ ସମ୍ବେଦନହୀନତାକୁ ସୂଚେଇ ଦେଉଛି । ରାଜ୍ୟ ସରକାର ଅବସର ଗ୍ରହଣ କରୁଥିବା କର୍ମଗରୀ ମାନଙ୍କୁ ପୁର୍ନବାର ନିଯୁକ୍ତି ଦେଉଥିବା ବେଳେ ନୂତନ ନିଯୁକ୍ତି ଉପରେ ଅଂକୁଶ ଲଗାଇ ରାଜ୍ୟର ଲକ୍ଷ ଲକ୍ଷ ଶୀକ୍ଷିତ ବେକାର ଯୁବକଯୁବତୀ ମାନଙ୍କ ଭବିଷ୍ୟତ ସହିତ ଖେଳୁଥିବା ଅଭିଯୋଗ କରିଛି କଂଗ୍ରେସ । 

ସରକାରୀ ଚାକିରୀରେ ଠିକା କର୍ମଚାରୀ ଏବଂ ବିଭିନ୍ନ ଆଉଟସୋରର୍ସ ସଂସ୍ଥା ଜରିଆରେ ଯେଉଁ ଠିକା କର୍ମସ୍ପରୀଙ୍କୁ କମ ଦରମାରେ ନିଯୁକ୍ତି ଦିଆଯାଉଛି ଏ ବାବଦରେ ସରକାର ଅତିକମ୍‌ରେ ମାସକୁ ୧୬୬ କୋଟି ଏବଂ ବର୍ଷକୁ ୨୦୦୦ କୋଟି ଟଙ୍କା ହଡ଼ପ କରୁଛନ୍ତି । ବର୍ଷ ବର୍ଷ ଧରି ଏଭଳି ଶହ ଶହ କୋଟି ଟଙ୍କା ଯାହାକି ସରକାରୀ ଦପ୍ତରରେ ଠିକାରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କ ପେଟରୁ କାଟି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟକ୍ରମର ସରକାରୀ ବିଜ୍ଞାପନ ବାବଦରେ ଖର୍ଚ୍ଚ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଏହା ସହିତ ପ୍ରଦେଶ କଂଗ୍ରେସ ରାଜ୍ୟ ସରକାରଙ୍କ ପାଖରେ ତିନୋଟି ଦାବି ଉପସ୍ଥାପନ କରିଛି ଯଥା: 

୧ . ଆଉଟସୋରସିଂ ସଂସ୍ଥା ଜରିଆରେ ନିଯୁକ୍ତିକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରାଯାଉ । 

୨ . ସରକାରୀ ଚାକିରୀରେ ସମସ୍ତ ପ୍ରକାର ଠିକା ନିଯୁକ୍ତିକୁ ବନ୍ଦ କରି ନିୟମିତ ନିଯୁକ୍ତି ପ୍ରଦାନ କରାଯାଉ । 

୩ . ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ସମାନ କାମକୁ ସମାନ ଦରମା ନୀତି ଆପଣାଯାଉ ଏବଂ ଯେଉଁ ପର୍ଯ୍ୟନ୍ତ ସମାନ କାମକୁ ସମାନ ଦରମା ନ ଦେଇଛନ୍ତି ୭ମ ବେତନ କମିଶନଙ୍କ ସୁପାରିଶ ଆଧାରରେ ଗ୍ରେଡପେ ଦିଆଯାଉ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋରଞ୍ଜନ ଦାଶ ଓ ପ୍ରଶାନ୍ତ ଶତପଥୀ ଉପସ୍ଥିତ ଥିଲେ । 

Related Posts