ରାଜ୍ୟପାଳ କେବଳ ଜଣେ ପୋଷ୍ଟମ୍ୟାନ; ଚିଠି ଖୋଲିବାର ତାଙ୍କର ଅଧିକାର ନାହିଁ: ଏମକେ ଷ୍ଟାଲିନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତାମିଲନାଡ଼ୁର ବିଦ୍ୟାଳୟଗୁଡିକରେ କୁଳପତି ନିଯୁକ୍ତ କରିବାର ଅଧିକାର ରାଜ୍ୟ ସରକାରଙ୍କ ହାତକୁ ଚାଲି ଆସବାର ବିଧେୟକ ବିଧାନସଭାରେ ପାରିତ ହେବା ପରେ ରାଜ୍ୟର ରାଜନୀତି ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଆଉ ଏକ ବୟାନ ସାମ୍ନାକୁ ଆସିଛି । ତେବେ ରାଜ୍ୟପାଳଙ୍କୁ କ୍ୟାବିନେଟରେ ଗୃହୀତ ବିଲ୍କୁ ସିଧାସଳଖ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେବା ଉଚିତ୍। ଷ୍ଟାଲିନ ଦ୍ରାବିଡିୟନ ପାର୍ଟିର ଏକ କାର୍ୟ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରି ଉପରୋକ୍ତ ବୟାନ ଦେଇଛନ୍ତି। ଦ୍ରାବିଦାର କଡଗମର ସଭାପତି ବୀରାମଣି କହିଛନ୍ତି, ରାଜ୍ୟପାଳ ଆରଏନ ରବି କେବଳ ଜଣେ ପୋଷ୍ଟମ୍ୟାନ। ତାଙ୍କ ନିକଟରେ ଚିଠି ଖୋଲିବାର ଅଧିକାର ନାହିଁ। ବାସ୍ ଚିଠିକୁ କେବଳ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବେ ଏବଂ ଉତ୍ତରର ଅପେକ୍ଷା କରିବେ। ଏହା ପରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ବୀରାମଣିଙ୍କ ଏହି ଟିପ୍ପଣୀକୁ ଦୋହରାଇ ରାଜ୍ୟପାଳ ଜଣେ ପୋଷ୍ଟମ୍ୟାନ ବୋଲି କହିଛନ୍ତି।

ବିଧାନସଭାରେ ବିଧେୟକ ଉପସ୍ଥାପନ ପରେ ଏମକେ ଷ୍ଟାଲିନ କହିଥିଲେ, ଯେତେବେଳେ ରାଜ୍ୟପାଳ କୁଳପତି ନିଯୁକ୍ତ କରିଥାନ୍ତି ଏବଂ ପୁଣି ରାଜ୍ୟ ସରକାର କୌଣସି ପ୍ରଶାସନିକ ନିଷ୍ପତ୍ତି ନିଅନ୍ତି ତେବେ ଏଥିରେ ସମସ୍ୟା ଉପଜିଥାଏ। ବିଧାନସଭାରୁ ବିଧେୟକ ଗୃହୀତ ହେବା ପରେ ମଧ୍ୟ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ନମିଳିବା ତାମିଲନାଡୁରେ ଦୁଇ ଥର ଘଟି ସାରିଛି। ନିଟ୍ ସଂପର୍କିତ ବିଧେୟକ ନାମଞ୍ଜୁର ହେବା ପରେ ଏମକେ ଷ୍ଟାଲିନ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ସାକ୍ଷାତ କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts