କରାଚି ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା ବଲୁଚ ଆର୍ମି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କରାଚି ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା ବଲୁଚ ଆର୍ମି । ତେବେ ରାଜ୍ୟର କରାଚି ବିଶ୍ଵ ବିଦ୍ୟାଳୟର କନଫ୍ୟୁସିୟସ ଇନଷ୍ଟିଚ୍ୟୁଟ୍ ନିକଟରେ ମଙ୍ଗଳବାର ବିସ୍ଫୋରଣ ଘଟିଛି। ଏଥିରେ ତିନି ଚୀନ ନାଗରିକଙ୍କ ସହିତ ଚାରି ଜଣଙ୍କ ମୃତ୍ୟୁ ଘଟିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବଲୁଚିସ୍ତାନ ଲିବେରେସନ ଆର୍ମି(ବିଏଲଏ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଏହି ଆତ୍ମଘାତୀ ଆକ୍ରମଣ ବିଏଲଏର ମଜିଦ ବ୍ରିଗେଡର ଘଟାଇଛନ୍ତି।

ବିଏଲଏର ମୁଖପାତ୍ରଙ୍କ ଅନୁଯାୟୀ, ଜଣେ ମହିଳାଙ୍କ ଦ୍ଵାରା ଏହି ଆତ୍ମଘାତୀ ଆକ୍ରମଣ କରାଯାଇଛି। ମହିଳାଙ୍କ ନାମ ଶାରି ବଲୁଚ। ଏହି ବିସ୍ଫୋରଣ ମଙ୍ଗଳବାର ପ୍ରାୟ ଅପରାହ୍ଣ ୨.୩୦ଟାରେ ଘଟିଛି। ଗୋଟିଏ ଭ୍ୟାନରେ ଏହି ବିସ୍ଫୋରଣ ଘଟିଥିଲା। ପାକିସ୍ତାନର ଟିଭି ଚ୍ୟାନେଲର ଫୁଟେଜ୍ ଅନୁସାରେ ଏକ ଧଳା ଭ୍ୟାନରେ ଏହି ବିସ୍ଫୋରଣ ହୋଇଛି । ଏହାପରେ ଚାରିଆଡେ ଧୂଆଁ ଖେଳି ଯାଇଥିଲା। ଘଟଣାସ୍ଥଳରେ ବଡ଼ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି।

Related Posts