ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ କ୍ଷୁବ୍ଧ ହୋଇ ଗୃହ ଛାଡ଼ି ଚାଲିଗଲେ ରାଜ୍ୟପାଳ

ଭୁବନେଶ୍ୱର,୯/୧(ସତ୍ୟପାଠ ବ୍ୟୁରୋ): ତାମିଲନାଡୁର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିଧାନସଭା ଗୃହ ମଧ୍ୟରେ ଆଜି ତୀବ୍ର ମନାନ୍ତର ଦେଖିବାକୁ ମିଳିଛି। ଆଜି ରାଜ୍ୟ ବିଧାନସଭାରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣରେ କ୍ଷୁବ୍ଧ ହୋଇ ଗୃହ ଛାଡ଼ି ରାଜ୍ୟପାଳ ଆର.ଏନ ରବି ଚାଲିଯାଇଥିଲେ। ନିଜ ଭାଷଣରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ରାଜ୍ୟପାଳଙ୍କୁ ଏକ ପ୍ରକାର ନିର୍ଦ୍ଦେଶ ଦେଇଥିଲେ।

ଷ୍ଟାଲିନ୍‌ ଗୃହରେ ଏକ ପ୍ରସ୍ତାବ ପାରିତ କରି ରାଜ୍ୟପାଳଙ୍କୁ କେବଳ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଭାଷଣକୁ ରେକର୍ଡ଼ କରିବାକୁ କହିଥିଲେ। ଯାହାକୁ ରାଜ୍ୟପାଳ ଗୃହରେ ଉପସ୍ଥାପିତ କରିଥାନ୍ତି। ସେଥିରେ ରାଜ୍ୟପାଳଙ୍କ ଦ୍ୱାରା ଯୋଗ କରାଯାଇଥିବା ଅଂଶକୁଗୁଡ଼ିକୁ ଅପସାରିତ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା। ରାଜ୍ୟ ବିଧାନସଭାରା କେବଳ ରାଜ୍ୟସରକାରଙ୍କ ଦ୍ୱାରା ପ୍ରସ୍ତୁତ ତଥା ରାଜ୍ୟପାଳ ପଠନ କରୁଥିବା ମୂଳ ଭାଷଣକୁ ରେକର୍ଡ଼ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା। ଏଥିରେ ରାଜ୍ୟପାଳଙ୍କ ନିଜସ୍ୱ କିଛି ଅଂଶ ରହିବ ନାହିଁ।

ତେବେ ଏହି ପ୍ରସ୍ତାବକୁ ନେଇ ରାଜ୍ୟପାଳ ଉତକ୍ଷିପ୍ତ ହୋଇ ଗୃହ ତ୍ୟାଗ କରି ଚାଲିଯାଇଥିଲେ। ଏପରିକି ଜାତୀୟ ସଙ୍ଗୀତ ଗାନ ପର୍ଯ୍ୟନ୍ତ ଅପେକ୍ଷା କରି ନଥିଲେ। ପାରିତ ହୋଇଥିବା ପ୍ରସ୍ତାବରେ ଧର୍ମନିରପେକ୍ଷତା, ତାମିଲନାଡୁ ହେଉଛି ସ୍ୱର୍ଗର ସ୍ଥାନ, ପେରିୟାର, ବିଆର ଆମ୍ବେଦକର, କେ କାମରାଜ, ସି.ଏନ୍ ଅନ୍ନଦୁରାଇ, ଏବଂ କରୁଣାନିଧି ଭଳି ନେତାଙ୍କ ବିଷୟରେ ଉଲ୍ଲେଖ କରାଯାଇଥିଲା। ସେହିପରି ପ୍ରସ୍ତାବରେ ରାଜ୍ୟପାଳଙ୍କ କାର୍ଯ୍ୟ ବିଧାନସଭା ପରମ୍ପରା ବିରୋଧୀ ବୋଲି ଉଲ୍ଲେଖ ରହିଛି। ପୂର୍ବରୁ ରାଜ୍ୟପାଳଙ୍କ ଅଭିଭାଷଣକୁ ଶାସକ ଡିଏମକେର ସହଯୋଗୀ-କଂଗ୍ରେସ, ବିଦୁଲାଇ ଚିରୁଥାଇଗାଲ କାଚି (ଭିସି), ସିପିଆଇ, ଏବଂ ସିପିଆଇ (ଏମ) ବର୍ଜନ କରିଛନ୍ତି।

କେତେକ ବିଲକୁ ପାସ୍ କରିବାରେ ରାଜ୍ୟପାଳଙ୍କ ଅହେତୁକ ବିଳମ୍ବ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ବିରୋଧ କରି ଆସୁଥିଲେ ଶାସକ ଓ ସହଯୋଗୀ ଦଳର ସଦସ୍ୟ। ବିଧାନସଭାରେ ଶ୍ରୀ ରବିଙ୍କ ବିରୋଧରେ ତାମିଲନାଡୁ ଛାଡ ନାରାବାଜି ପଡ଼ିଥିଲା। ଶାସକ ଡିଏମକେ ବିଧାୟକମାନେ ମଧ୍ୟ ସ୍ଲୋଗାନ ଦେଇଥିଲେ ଯେ ବିଜେପି, ଆରଏସଏସ ଆଦର୍ଶ ଲଗାନ୍ତୁ ନାହିଁ। ଏଥିରେ ବିରକ୍ତ ହୋଇ ରାଜ୍ୟପାଳ ଗୃହତ୍ୟାଗ କରି ବାହାରକୁ ପଳାଇ ଯାଇଥିବା ଦେଖିବାକୁ ମିଳିଥିଲା।

Related Posts