ବିଜେପିରେ ମିଶିଲେ ଦି ଗ୍ରେଟ ଖଲି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାର ନୈନିଧାର ପଞ୍ଚାୟତର ଧିରାଇନା ଗାଁର ପୂର୍ବତନ ଡବ୍ଲୁଡବ୍ଲୁଇ ତାରକା ଦଲିପ ସିଂ ବା ଦ ଗ୍ରେଟ୍ ଖଲି ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଗ୍ରେଟ୍ ଖଲି କୁସ୍ତିରେ ଭାରତର ନାମକୁ ସର୍ବୋଚ୍ଚ ସ୍ଥାନକୁ ଆଣିଛନ୍ତି । ସାରା ବିଶ୍ୱରେ ମହାବାଲି ଖଲି ନାମରେ ଜଣାଶୁଣା ଦଲିପ ସିଂ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିଥିଲେ ଏବଂ ଆଜି ଏପରି ସ୍ଥିତିରେ ପହଞ୍ଚିଛନ୍ତି ଯେ ତାଙ୍କ ରେକର୍ଡ ଭାଙ୍ଗିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ରେସଲର ଦିଲୀପ ସିଂ ରାଣା ବା ଦି ଗ୍ରେଟ୍ ଖଲି ମଧ୍ୟ କୃଷି ନିୟମକୁ ବିରୋଧ କରିଛନ୍ତି। କୃଷକଙ୍କ ଆନ୍ଦୋଳନ ସମୟରେ ସେ କହିଥିଲେ ଯେ କୃଷକମାନେ ଦେଶର ମେରୁଦଣ୍ଡ ଅଟନ୍ତି। ସେ ଦେଶର ପ୍ରତ୍ୟେକ ଚାଷୀଙ୍କ ସହିତ ଛିଡ଼ା ହୋଇଛନ୍ତି । ଏକ ଛୋଟ ଗାଁ ଘିରିନାର ବାସିନ୍ଦା ଦିଲୀପ ରାଣା ବା ଦି ଗ୍ରେଟ୍ ଖଲି ଭାରତର ଗର୍ବ ଏବଂ ସେ ରାଜନୀତିରେ ମଧ୍ୟ ପ୍ରବେଶ କରିଛନ୍ତି।

ସେପଟେ ବିଜେପିରେ ଯୋଗଦେବା ପରେ ଖାଲି କହିଛନ୍ତି ଯେ, ବିଜେପିରେ ଯୋଗ ଦେଇ ସେ ନିଜକୁ ଭଲ ଅନୁଭବ କରୁଛନ୍ତି। କୌଣସି ଏଭଳି ଦେଶ ବାକି ନାହିଁ ଯେଉଁଠାରେ ମୁଁ କୁସ୍ତି କରି ନାହିଁ। ଯଦି ମୁଁ ଟଙ୍କା ରୋଜଗାର କରିବାକୁ ଚାହେଁ, ତେବେ ମୁଁ ଆମେରିକାରେ ରହିଥା’ନ୍ତି। କିନ୍ତୁ ମୁଁ ଭାରତକୁ ଆସିଛି କାରଣ ମୋର ଦେଶ ପ୍ରତି ଅହେତୁକ ଭଲପାଇବା ଅଛି। ମୁଁ ଦେଖିଛି ଯେ ମୋଦିଙ୍କ ରୂପରେ ଦେଶ ଜଣେ ଉପଯୁକ୍ତ ପ୍ରଧାନମନ୍ତ୍ରୀ ପାଇଛି। ଏଥିପାଇଁ ମୁଁ ଭାବିଲି ଦେଶରେ ରହି, ଏକାଠି ହୋଇ ଦେଶକୁ ଆଗକୁ ନେବାରେ ସହଯୋଗ କରିବି।’ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିର ବିଚାରଧାରା ଦ୍ୱାରା ସେ ପ୍ରଭାବିତ ହୋଇଛନ୍ତି ଖଲି କହିଛନ୍ତି।

Related Posts