ମୋଦି ସରକାର ଦୁଇଟି ଭାରତ ତିଆରି କରୁଛନ୍ତି; ଗୋଟିଏ କୋଟିପତିଙ୍କ ପାଇଁ ଏବଂ ଅନ୍ୟଟି ବେକାରଙ୍କ ପାଇଁ: ରାହୁଲ ଗାନ୍ଧୀ

ଉତ୍ତରାଖଣ୍ଡ(ସତ୍ୟପାଠ ବ୍ୟୁରୋ): ଉତ୍ତରଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ରହିଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉତ୍ତରାଖଣ୍ଡରେ ପହିଞ୍ଚିଛନ୍ତି । ସେଠାରେ ପହଞ୍ଚି ସେ ମାଙ୍ଗାଲୋରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ମୋଦୀ ସରକାର ଦୁଇଟି ଭାରତ ତିଆରି କରୁଛନ୍ତି । ଗୋଟିଏ କୋଟିପତିଙ୍କ ପାଇଁ ଏବଂ ଅନ୍ୟଟି ବେକାରଙ୍କ ପାଇଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ପ୍ରଧାନମନ୍ତ୍ରୀ ଭାବୁଛନ୍ତି ତାଙ୍କୁ ସମସ୍ତେ ଡ଼ରୁଛନ୍ତି । କିନ୍ତୁ ମୁଁ ତାଙ୍କୁ ଡରେ ନାହିଁ । ଏପରିକି ମୋତେ ତାଙ୍କୁ ଦେଖିଲେ ହସଲାଗିଥାଏ । ସେପଟେ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ଶୁଣନ୍ତି ନାହିଁ। ଏହାର ଅର୍ଥ କ’ଣ ଆପଣ ବୁ ଜାଣନ୍ତି କି ? ଏହାର ଅର୍ଥ ହେଉଛି, ଇଡି, ସିବିଆଇର ଚାପ ରାହୁଲ ଉପରେ କାମ କରୁନାହିଁ ଏବଂ ସେ ପଛକୁ ଫେରୁନାହାଁନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

Related Posts