ଜିଏସଟି କାଉନସିଲ ଏବେ ଏକ ରବର ଷ୍ଟାମ୍ପ ଭଳି କାମ କରୁଛି : ତାମିଲନାଡୁ ଅର୍ଥମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କାଲି ଅନୁଷ୍ଠିତ ହୋଇଥିବା ୪୩ ତମ ଜିଏସଟି କାଉନସିଲ ବୈଠକରେ ତାମିଲନାଡୁ ଅର୍ଥମନ୍ତ୍ରୀ ପଲାନିଭେଲ ଥିଆରାଜନ କହିଛନ୍ତି ଯେ, ” ଆର୍ଥିକ କ୍ଷମତାର ବିନିଯୋଗ କ୍ଷେତ୍ରରେ ଭାରତ ପ୍ରାୟ ସମସ୍ତ ଦେଶଠାରୁ ପଛରେ ରହିଛି ।” ସେ କହିଛନ୍ତି, “ କମ୍ୟୁନିଷ୍ଟ ଚୀନ୍ ଠାରୁ ଆରମ୍ଭ କରି ପୁଞ୍ଜିବାଦୀ ଆମେରିକା ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଦେଶ ଠାରୁ ଭାରତ ପଛରେ ରହିଛି। “ ପରିଷଦ କେତେକ କ୍ଷେତ୍ରରେ କେବଳ ଏକ ଆନୁଷ୍ଠାନିକ ସିଲ୍, ଏକ ରବର-ଷ୍ଟାମ୍ପ୍ ଅଥରଟି ପାଲଟିଯାଇଛି, ଯେଉଁଥିରେ ନୀତି ନିର୍ଦ୍ଧାରଣ କରିବାର ପ୍ରକୃତ କ୍ଷମତା (ସାମ୍ବିଧାନିକ) ସିବିଆଇସିର ଟିଆରୟୁ ଏବଂ ଦୁର୍ବଳ ସେକ୍ରେଟାରୀଏଟଙ୍କ ଦ୍ବାରା ପ୍ରତ୍ୟାହାର କରିଦିଆଯାଇଛି। ଆର୍ଥିକ ଫେଡେରାଲିଜମ୍ ର ଉଦାହରଣ ଦେଇ ସେ ଦର୍ଶାଇଛନ୍ତି ଯେ ଜିଏସଟି ଲାଗୁ ହେବା ପର ଠାରୁ କେନ୍ଦ୍ର ସରକାରଙ୍କ ପାଖରେ କ୍ଷମତାର ବୃଦ୍ଧି ଘଟିଛି। ଯାହାକି ସମ୍ବିଧାନରେ ମଧ୍ୟ କଳ୍ପନା କରାଯାଇନଥିଲା। ୧୫ ତମ ଅର୍ଥ ଆୟୋଗର ରିପୋର୍ଟ ଆଧାରରେ ଥାୟାରାଜନ କହିଛନ୍ତି ଯେ ନୂତନ ଟିକସ ବ୍ୟବସ୍ଥା ଲାଗୁ କରିବା ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଯେପରିକି ଜିଡିପିରେ ବୃଦ୍ଧି,ଟିକସ ବୃଦ୍ଧି ତଥା ଅର୍ଥନୀତିରେ ସୁଧାର ଏସବୁ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଟେକ୍ନୋଲୋଜି କ୍ଷେତ୍ରରେ ଅସମାନତା ତଥା ଟିକସ କୁ ଦେଖାଦେଉଥିବା ବିବାଦର ସମାଧାନ ପ୍ରଣାଳୀ ହେତୁ ବଡ ବଡ ସଂଗଠନ ଏବଂ ଏମଏସଏମଇ ମଧ୍ୟରେ ବ୍ୟବଧାନ ବଢିବାରେ ଲାଗିଛି ବୋଲି ତାମିଲନାଡୁ ଅର୍ଥମନ୍ତ୍ରୀ କହିଛନ୍ତି। ନୂତନ ଟିକସ ବ୍ୟବସ୍ଥା ଅର୍ଥାତ ଜିଏସଟି ଲାଗୁ ସମୟରେ ରାଜ୍ୟମାନେ କେବଳ ବିଶ୍ୱାସରେ ଏଥିରେ ସହମତି ପ୍ରକାଶ କରିଥିଲେ । କିନ୍ତୁ ବର୍ତ୍ତମାନର ସବୁଠାରୁ ବଡ ସମସ୍ୟା ହେଉଛି “ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ବିଶ୍ବାସନୀୟତା ହ୍ରାସ ପାଇଛି। ବିଶେଷ କରି କୋଭିଡ- 19 ମହାମାରୀ ସମୟରେ କେନ୍ଦ୍ରର ଦୟା କରିବା ଭଳି ମନବୃତ୍ତି କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଫାଟ ସୃଷ୍ଟି କରିଛି।

Related Posts