ପୋଲସରା ନାବାଳିକା ଗଣଦୁଷ୍କର୍ମ ଘଟଣା — ଗଞ୍ଜାମ ଏସପିଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ତାଗିଦ ଏବଂ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ ପରେ ପୀଡ଼ିତା ପରିବାରକୁ ୩ ଲକ୍ଷ ୫୦ ହଜାର ଟଙ୍କା ଦେଲେ ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ କବିସୂରଯ୍ୟନଗର ଥାନା ଅନ୍ତର୍ଗତ ବାଲିସାହି ର ୮ ବର୍ଷ ର ନାବାଳିକା କୁ ଗଣ ଦୁଷ୍କର୍ମ ଘଟଣା ରେ ଜାତୀୟ ମାନବାଧିକାରଙ୍କ କ୍ଷଭୋ ଏବଂ ଘଟଣା ଘଟିବା ର ୩ବର୍ଷ ପାଖାପାଖି ହୋଇଥିଲେ ବି ସରକାର victim compensation act ଅନୁଯାୟୀ ପୀଡ଼ିତାଙ୍କୁ କ୍ଷତିପୂରଣ ଦିଆଯାଇନଥିବା କମିଶନଙ୍କ ନିକଟର ତଥ୍ୟ ଦାଖଲ ନକରିବା ପାଇଁ ମନ୍ୟବର କମିଶନ ଗଞ୍ଜାମ ଏସପିଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହିତ  u/s 175,176 IPC  ଅନୁଯାଇ ଗଞ୍ଜାମ ଏସପିଙ୍କ ବିରୋଧରେ  ମାନ୍ୟବର Commission Criminal Proceding କରିବା ବାଧ୍ୟ ହେବେ ବୋଲି କହିବା ସହିତ  sec 13 of NHRC ଆଧାରରେ ତା ୨୯/୪/୨୧ ରେ ଗଞ୍ଜାମ ଏସପି ଙ୍କୁ commission ଙ୍କ ନିକଟରେ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ପାଇବା ପରେ  ଗଞ୍ଜାମ ପୋଲିସ ୨୯/୪ ପୂର୍ବରୁ ଏହି ଘଟଣା ରେ ସମସ୍ତ ୩ ଅପରାଧୀ ଗିରଫ ହୋଇଥବା ପ୍ରକାଶ କରିବା ସହିତ commission ଙ୍କ ନିର୍ଦ୍ଦେଶ କୁ ଗୁରୁତ୍ୱର ସହ ନେଇ DLS Authority  ଜରିଆରେ ପିଡିତଙ୍କୁ ୩ ଲକ୍ଷ୍ୟ ୫୦ ହଜାର ପ୍ରଦାନ କରାଯାଇଅଛି କମିଶନଙ୍କୁ ରିପୋର୍ଟ ପ୍ରଦାନ କରିଥଲେ।

ପ୍ରକାଶଯୋଗ୍ୟ ଗତ ୨୦୧୮ ଅକ୍ଟୋବର ମାସ ୩୧ ତାରିଖ ରାତିରେ ପୀଡ଼ିତା ତା ପରିବାର ସହ ସୋଇଥିବା ସମୟରେ ତିନି ରୁ ଉର୍ଦ୍ଧ ଅପରାଧୀ ତାଙ୍କ ଘରେ ପଶି ଜିନିଷ ପତ୍ର ଲୁଟିବା ସାହିତ୍ୟ ୮ ବର୍ଷ ର ନାବାଳିକାକୁ ଘରୁ ଉଠାଇ ନେଇ ପାର୍ଶ୍ୱ ରେ ଥିବା ପଡ଼ିଆରେ ଗଣଦୁଷ୍କର୍ମ କରିଥିଲେ ଅପରାଧୀ ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ପୀଡ଼ିତା ଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଇନଜୀବୀ ତଥା ମୁଖପାତ୍ର ନିଶିକାନ୍ତ ମିଶ୍ର ଜାତୀୟ ମାନବାଧିକାର କମିଶନ୍ ଙ୍କ ଦ୍ବାରସ୍ଥ ହୋଇଥିଲେ ମାନ୍ୟବର କମିଶନ ଏହି ଆବେଦନକୁ ଗୁରୁତ୍ଵ ଦେଇ ଉକ୍ତ ନିର୍ଦ୍ଦେଶ ଦେଇଛନ୍ତି।

Related Posts