କୋଭିଡ ସାମଗ୍ରୀ ଉପରୁ ହ୍ରାସ ପାଇଲା ଜିଏସ୍‌ଟି, ଟିକା ଉପରେ ପୂର୍ବ ଭଳି ୫% ଟିକସ ଲାଗୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ୪୪ ତମ ଜିଏସ୍‌ଟି ପରିଷଦ ବୈଠକରେ କରୋନା ଟିକା ଏବଂ ବ୍ଲାକ୍ ଫଙ୍ଗସ୍ ମେଡ଼ିସିନ୍ କୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବ୍ଲାକ ଫଙ୍ଗସର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧ ଉପରେ ଜିଏସଟି ଲାଗୁ ନ କରିବା ପାଇଁ ଜିଏସଟି କାଉନସିଲ ବୈଠକରେ ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ମୁତାବକ , କରୋନା ଔଷଧ , ପଲସ ଅକ୍ସିମିଟର, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ, ହ୍ୟାଣ୍ଡ ସାନିଟାଇଜର, ଅକ୍ସଜେନ କନସେନଟ୍ରେଟର ଓ ମାସ୍କ ଭଳି ସାମଗ୍ରୀ ଉପରେ ଜିଏସ୍‌ଟି ୧୨% ରୁ ୫% ହ୍ରାସ କରାଯାଇଛି । ଇଲେକ୍ଟ୍ରିକ ଫର୍ଣ୍ଣେସ, ତାପମାତ୍ରା ଯାଞ୍ଚ ଉପକରଣ ଉପରେ ଲାଗୁ ଜିଏସଟିକୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କରୋନା ଟିକା ଉପରେ ପୂର୍ବ ଭଳି ୫% ଜିଏସ୍‌ଟି ଲାଗୁ ହେବ। ସେହିପରି ଆମ୍ବୁଲାନ୍ସ ଉପରେ ଜିଏସଟି ୨୮ ରୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି।

ଏହି ନିୟମ ସେପ୍ଟେମ୍ବର ୩୦ ଯାଏ ବଳବତ୍ତର ରହିବ। ହେପାରିନ ଓ ରେମଡେସିଭିର ଭଳି ଅତ୍ୟାବଶ୍ୟକ ଔଷଧ ଉପରେ ଜିଏସଟି ହ୍ରାସ କରାଯାଇଛି । ହେପାରିନ ଉପରୁ ଜିଏସଟି ୧୨ ରୁ ୫% ହ୍ରାସ କରାଯାଇଛି ଏବଂ ରେମଡେସିଭିର ଉପରେ ମଧ୍ୟ ୫% ଜିଏସ୍‌ଟି ଲାଗୁ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦନ ଦେଇଥିବା ସମସ୍ତ କରୋନା ମେଡିସିନ ଉପରେ ୫% ଜିଏସଟି ଲାଗୁ ହେବ । ଆରଟି-ପିସିଆର ମେସିନ ଓ ଆରଏନ୍‌ଏ ଏକ୍ସଟ୍ରାସନ ମେସିନ ଉପରେ କୌଣସି ପ୍ରକାର ଟିକସ ପରିବର୍ତ୍ତନ କରାଯାଇନାହିଁ। ପୂର୍ବ ପରି ଏଥିରେ ୧୮% ଜିଏସ୍‌ଟି ଲାଗିବ। ସେହିପରି କୋଭିଡ ଟେଷ୍ଟିଂ କିଟ୍‌ର କଞ୍ଚାମାଲ ଉପରେ କୌଣସି ଟିକସ ହ୍ରାସ କରାଯାଇନାହିଁ। ଅନ୍ୟପକ୍ଷରେ ସମସ୍ତ କୋଭିଡ ଟେଷ୍ଟିଂ କିଟ୍‌ ଉପରେ ୧୨% ୫%କୁ ଜିଏସଟି ହ୍ରାସ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଜିଏସଟି ପରିଷଦର ୪୪ ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କେନ୍ଦ୍ର ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର, ବହୁ ରାଜ୍ୟର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related Posts