ଫାଣ୍ଡି ପରିସରରେ ଥିବା ସରକାରୀ ବାସଭବନରୁ କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଫାଣ୍ଡି ପରିସରରେ ଥିବା ସରକାରୀ ବାସଭବନରୁ ଓଏସଏପି କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ କନଷ୍ଟେବଳ ଜଣଙ୍କ ହେଲେ ଦେବରାଜ ନାଏକ। ସେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡିରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ। ଦେବରାଜଙ୍କ ଘର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡିରେ ବୋଲି ଜଣାଯାଇଛି।

ଆଜି ସକାଳେ ଦେବରାଜଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା। ସେ ସରକାରୀ ବାସଭବନରେ ଏକା ରହୁଥିଲେ। ତାଙ୍କ ପରିବାର ଲୋକେ ନନ୍ଦାହାଣ୍ଡିରେ ରହୁଥିଲେ। ସେ ବିବାହିତ ଥିଲେ। ତେବେ ଦେବରାଜ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାର କାରଣ ଅସଷ୍ଟ ରହିଛି। ପୁଲିସ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି। ଧର୍ମଗଡ଼ ଡିଏସ୍‌ପି ଓ ଗୋଲାମୁଣ୍ଡା ଆଇଆଇସି ପହଞ୍ଚି ତଦନ୍ତ କରୁଛନ୍ତି।

Related Posts