ଏପ୍ରିଲରେ ଆଦାୟ ହେଲା ଜିଏସଟି ଆଇନ ଲାଗୁ ହେବା ପରଠାରୁ ସର୍ବାଧିକ ଟ୍ୟାକ୍ସ

ନୂଆଦିଲ୍ଲୀ: ଗତ ମାସ (ଏପ୍ରିଲ) ରେ ଜିଏସଟି ଆଇନ ଲାଗୁ ହେବା ପରଠାରୁ ସର୍ବାଧିକ ଟ୍ୟାକ୍ସ ଆଦାୟ ହୋଇଛି | ଦେଶରେ ମୋଟ ୧ ଲକ୍ଷ ୬୭ ହଜାର ୫୪୦ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିବା ସୂଚନା ପ୍ରକାଶ ପାଇଛି | ସଂଗ୍ରହ ହୋଇଥିବା ରାଶିରୁ କେନ୍ଦ୍ରୀୟ ର ପରିମାଣ ୩୩,୧୫୯ ରହିଥିବା ବେଳେ ରାଜ୍ୟ ଜିଏସଟି ପରିମାଣ ୪୧,୭୯୩ କୋଟି ଓ ଆଇଜିଏସଟି ପରିମାଣ ୮୧,୯୩୯ ଟଙ୍କା ରହିଛି । ଏନେଇ ଗତକାଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେସ୍ ଆକାରରେ ୧୦,୬୪୯ କୋଟି ଟଙ୍କା ସହ ଆମଦାନୀ ଉପରୁ ୮୫୭ କୋଟି ଟଙ୍କା ଆଦାୟ ହୋଇଥିବା କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ସୂଚନା ଦେଇଛି ।

ଏହା ପୂର୍ବରୁ ମାର୍ଚ୍ଚ ୨୦୨୨ ରେ ୧,୪୨,୦୯୫ କୋଟି ଟଙ୍କା ଆଦାୟ ହୋଇଥିଲା । ତେବେ ଜିଏସଟି ଆଇନ ଲାଗୁ ହେବା ପରେ ଏହା ଗୋଟିଏ ମାସରେ ସର୍ବାଧିକ ଆଦାୟ ବୋଲି କୁହାଯାଇଛି । ୨୦୨୨ ଏପ୍ରିଲ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ପରିମାଣ ଗତବର୍ଷ ସମାନ ମାସରେ ସଂଗୃହୀତ ରାଜସ୍ବ ତୁଳନାରେ ୨୦% ଅଧିକ ରହିଛି । ଏପ୍ରିଲ ୨୦୨୨ରେ ଗତବର୍ଷର ସମାନ ଅବଧି ଅର୍ଥାତ୍‌ ଏପ୍ରିଲ ୨୦୨୧ ତୁଳନାରେ ସାମଗ୍ରୀ ଆମଦାନୀରୁ ସଂଗୃହୀତ ରାଜସ୍ବ ୩୦% ଅଧିକ ଥିବା ବେଳେ ଘରୋଇ କାରବାରରୁ ସଂଗୃହୀତ ରାଜସ୍ବ ୧୭% ଅଧିକ ମିଳିଛି ।ମାର୍ଚ୍ଚ ୨୦୨୨ରେ ମୋଟ୍‌ ୭.୭ କୋଟି ଇ-ୱେବିଲ୍‌ ଜାରିକରାଯାଇଛି, ଯାହାକି ଫେବୃଆରୀ ୨୦୨୨ ତୁଳନାରେ ଜାରି କରା ଯାଇଥିବା ୬.୮ କୋଟି ଇ-ୱେବିଲ୍‌ ତୁଳନାରେ ୧୩% ଅଧିକ । ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ରାଜସ୍ବ ସଂଗ୍ରହ ଦେଖିବାକୁ ମିଳିଛି । ୨୦ ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ସର୍ବାଧିକ ରାଜସ୍ବ ସଂଗ୍ରହ କରାଯାଇଥିଲା । ୨୦ ଏପ୍ରିଲ ୨୦୨୨ରେ ୯.୫୮ ଲକ୍ଷ କାରବାର ମାଧ୍ୟମରେ ମୋଟ୍‌ ୫୭,୮୪୭ କୋଟି ଟଙ୍କାର ରାଜସ୍ବ ସଂଗୃହୀତ ହୋଇଥିଲା ।

Related Posts