ସୈତାନ ପୁଅର ବିଭତ୍ସକାଣ୍ଡ; ଧାରୁଆ ଅସ୍ତ୍ରରେ ମାଆର ତଣ୍ଟିକାଟି ହତ୍ୟା କଲା ପୁଅ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୈତାନ ପୁଅର ବିଭତ୍ସକାଣ୍ଡ । ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି । ହତ୍ୟାକାରୀ ଆଉ କେହି ନୁହେଁ ନିଜ ଜନ୍ମିତ ପୁଅ ହିଁ ମାଆକୁ ନିର୍ମମ ହତ୍ୟା କରି ଅଖାରେ ଭର୍ତ୍ତି କରି ଦେଇଥିଲା । ଘଟଣାରୁ ପ୍ରକାଶ ଯେ କୁମ୍ଭାରୀ ଗ୍ରାମର ବନ୍ଧପଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବିଧବା କୌଶଲ୍ୟା ସାହୁ (୬୦) ନିଜ ପୁତ୍ର ବିଦ୍ୟାଧର ସାହୁ (୩୨)ଙ୍କ ସହ ରହୁଥିଲେ । ବିଦ୍ୟାଧର ବିବାହିତ ଥିବା ବେଳେ ଘରୋଇ କଳହ କାରଣରୁ ତାଙ୍କ ସ୍ତ୍ରୀ ବାପଘରେ ରହୁଛନ୍ତି । ଆଜି ଦିନ ପ୍ରାୟ ୧୨ଟା ବେଳେ କୌଣସି ଏକ ସାମାନ୍ୟ ବଚସାରୁ ଉତକ୍ଷିପ୍ତ ହୋଇ ବିଦ୍ୟାଧର ମାଆଙ୍କ ତଣ୍ଟିକୁ ବ୍ଲେଡରେ ବାରମ୍ବାର କାଟି ପକାଇଥିଲେ ।

ମାଆ ଜୋରରେ ପାଟି କରିବାରୁ ମାଆକୁ ଏକ ଅଖା ବସ୍ତାରେ ଭର୍ତ୍ତି କରି ଦେଇଥିଲା ପୁଅ । ମାରି ସାରିବା ପରେ ବ୍ଲେଡ୍କୁ ଫିଙ୍ଗି ଦେଇଥିବା କଥା ଅଭିଯୁକ୍ତ ପ୍ରକାଶ କରିଛନ୍ତି । ବରପାଲି ପୋଲିସ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବିଦ୍ୟାଧରକୁ ଗିରଫ କରିଥିବା ବେଳେ ସାଇଣ୍ଟିଫିକ ଟିମ ଓ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts