ରାମ ଦେବଙ୍କ ବିରୋଧରେ ୧୦୦୦ କୋଟିର ମାନ ହାନି ନୋଟିସ ଦାଏର କଲା ଆଇଏମଏ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଇଣ୍ଡିଆନ ମେଡିକାଲ ଆସୋସିଏସନ ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେବେ ବାବା ରାମଦେବଙ୍କୁ ୧୦୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ଏହି ନୋଟିସରେ ବାବା ରାମଦେବ ନିଜ ବୟାନକୁ ନେଇ ସଫେଇ ଦେବାର ଏକ ଭିଡିଓ ଜାରି କରିବା ସହିତ ୧୫ ଦିନ ମଧ୍ୟରେ ଲିଖିତ ଭାବରେ କ୍ଷମା ପ୍ରାର୍ଥନା କରିବେ ବୋଲି କୁହାଯାଇଛି । ଯଦି ବାବା ରାମଦେବ ଏପରି ନ କରନ୍ତି ତାହାଲେ ୧ ହଜାର କୋଟିର ମାନହାନି ମୋକଦ୍ଦମା କରିବାକୁ ଧମକ ଦିଆଯାଇଛି । ତେବେ ବାବା ଏଲୋପାଥିର ଏ ମଧ୍ୟ ଜାଣିନାହାନ୍ତି ବୋଲି ଆଇଏମଏ କହିଛନ୍ତି । ଏହା ସହ ସେମାନେ ବାବାଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ଅଟନ୍ତି ବୋଲି କହିଛନ୍ତି । କିନ୍ତୁ ପ୍ରଥମେ ବାବା ନିଜର ଯୋଗ୍ୟତା ଦର୍ଶାଇ ୧୫ ଦିନ ମଧ୍ୟରେ କ୍ଷମା ପ୍ରଥାନା ନ କଲେ ତାଙ୍କ ବିରୋଧରେ ୧୦୦୦ କୋଟିର ମାନହାନି କେସ୍ କରାଯିବ ବୋଲି ଆଇଏମଏ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ବାବା ରାମଦେବ ନିଜ ଔଷଧ ବିକ୍ରି କରିବା ନେଇ ଲଗାତର ଭାବେ ମିଛ କହି ଚାଲିଛନ୍ତି ବୋଲି ଉତ୍ତରାଖଣ୍ଡ ଆଇଏମଏ କହିଛନ୍ତି। ଏହା ସହ ବାବା କେଉଁ ହସ୍ପିଟାଲରେ ଟ୍ରାଏଲ ହୋଇଛି ତାର ନାଁ ମଧ୍ୟ କହିପାରୁ ନାହାଁନ୍ତି । କେବଳ ଏତିକି ନୁହେଁ ବାବା ରାମଦେବ ଡାକ୍ତରଙ୍କ ବିରୋଧରେ ଟିପ୍ପଣୀ ମଧ୍ୟ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

Related Posts