ମେ’ ୧୭ରେ କିବରେ ପୁଣିଥରେ କାର୍ଯ୍ୟକ୍ଷମ ହେବ ଭାରତୀୟ ଦୂତାବାସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମେ’ ୧୭ରେ କିବରେ ପୁଣିଥରେ କାର୍ଯ୍ୟକ୍ଷମ ହେବ ଭାରତୀୟ ଦୂତାବାସ । ୟୁକ୍ରେନ୍‌ ସ୍ଥିତି ବିଗିଡ଼ିଯିବାରୁ ମାର୍ଚ୍ଚ ୧୩ ତାରିଖରେ ଭାରତ ଅସ୍ଥାୟୀ ଭାବେ କିବ୍‌ରେ ଏହାର ଦୂତାବାସ ବନ୍ଦ କରିବାପାଇଁ ନିଷ୍ପତ୍ତି ନେଇଥିଲା। ସେବେଠାରୁ ପୋଲାଣ୍ଡ୍‌ ରାଜଧାନୀରେ ଅସ୍ଥାୟୀ ଭାବେ ଭାରତୀୟ ଦୂତାବାସ କାର୍ୟ୍ୟ ଚାଲିଥିଲା।

କିନ୍ତୁ ଏବେ ପୁଣିଥରେ କିବ୍‌ରେ ଭାରତୀୟ ଦୂତାବାସ ଖୋଲିବ। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି ଆଜି ଏହା କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଦେଶର ପଶ୍ଚିମ ଭାଗରେ ଆକ୍ରମଣ ତୀବ୍ର ହେବାରୁ ଭାରତ ଅସ୍ଥାୟୀ ଭାବେ ଏହାର ଦୂତାବାସ ବନ୍ଦ ରଖିବାପାଇଁ ନିଷ୍ପତ୍ତି ନେଇଥିଲା।

Related Posts