ଜେଲରେ ବିଚାରଧୀନ କଏଦୀ ଗୁରୁତର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜେଲରେ ବିଚାରଧୀନ କଏଦୀ ଗୁରୁତର । ବାଲେଶ୍ଵର ଜିଲ୍ଲା ନୀଳଗିରି ସବଜେଲରେ ବିଚାରଧୀନ କଏଦୀ ଗୁରୁତର ହୋଇଛନ୍ତି । ତାଙ୍କୁ ଜେଲ କତ୍ତୃପକ୍ଷ ନୀଳଗିରି ହସ୍ପିଟାଲକୁ ନେଇଥିବା ବେଳେ ଅବସ୍ଥା ବିଗିଡ଼ିବାରୁ ବାଲେଶ୍ଵର ସ୍ଥାନାନ୍ତର କରାଯାଇଛି । ଗୁରୁତର ହେଲେ ସନ୍ତରାଗଡ଼ିଆ ଅଂଚଳର ଜଗଦୀଶ ପାଣିଗ୍ରାହୀ ।

ଗତକାଲି ଅବକାରୀ ବିଭାଗ ତାଙ୍କୁ ମଦ କାରବାର ଅଭିଯୋଗରେ କୋର୍ଟ ଚାଲାଣ କରିଥିଲା । ପରେ ମାନ୍ୟବର କୋର୍ଟ ଜାମିନ ନାମଞ୍ଜୁର କରି ବିଚାର ବିଭାଗୀୟ ଜେଲକୁ ପଠାଇଥିଲେ । ତେବେ ସେ ନିଶାରେ ଅଭ୍ୟସ୍ତ ଥିବାରୁ ଆଜି ହଠାତ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି ।

Related Posts