କଶ୍ମୀରରେ ଅନ୍ୟ ରାଜ୍ୟର ଲୋକଙ୍କୁ ଭୋଟ ଅନୁମତି ପ୍ରସଙ୍ଗ; ଆଜି ବସିବ ସର୍ବଦଳୀୟ ବୈଠକ, ଭାଜପାକୁ ମିଳିଲାନି ନିମନ୍ତ୍ରଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଶ୍ମୀରରେ ରହୁଥିବା ରାଜ୍ୟ ବାହାରର ଲୋକଙ୍କୁ ଭୋଟ ଦେବାର ଅଧିକାର ଦେଇଛନ୍ତି ନିର୍ବାଚନ କମିଶନ । ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ସୋମବାର ନ୍ୟାଶନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ନେଇ ଏକ ସର୍ବ ଦଳୀୟ ବୈଠକ ଡାକିଛନ୍ତି । ହେଲେ ଏହି ବୈଠକକୁ ଭାରତୀୟ ଜନତା ପାର୍ଟି(ଭାଜପା)କୁ ନିମନ୍ତ୍ରଣ କରାଯାଇ ନ ଥିବା ଜଣାପଡିଛି ।ବୈଠକ ସୋମବାର ସକାଳ ୧୧ଟାରେ ଅବଦୁଲ୍ଲାଙ୍କ ଘରେ ଅନୁଷ୍ଠିତ ହେବ । ତେବେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ନେଇ ରାଜନୈତିକ ଦଳ ଗୁଡିକ କ’ଣ ଯୋଜନା କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ତେବେ ଏହି ବୈଠକ ରେ ଭାଜପା ଛଡା ରାଜ୍ୟର ଅନ୍ୟ ସମସ୍ତ ଦଳ ସାମିଲ ହେବାନେଇ ସୂଚନା ମିଳିଛି।

ସୂଚନାଯୋଗ୍ୟ, ବୁଧବାର ଜମ୍ମୁ-କଶ୍ମୀରର ମୁଖ୍ୟ ନିର୍ବାଚନ କମିଶନ କହିଥିଲେ କି ଆସନ୍ତା ବିଧାନସଭା ନିର୍ବାଚନରେ କଶ୍ମୀରରେ ରହୁଥିବା ରାଜ୍ୟ ବାହାରର ଲୋକେ ବି ଭୋଟ ଦେଇ ପାରିବେ । ଏଥିପାଇଁ ବାସସ୍ଥାନ ପ୍ରମାଣପତ୍ରର କୌଣସି ଆବଶ୍ୟକତା ନାହିଁ । ତେଣୁ ଏଥର ଭୋଟର ତାଲିକାରେ ପ୍ରାୟ ୨୫ ଲକ୍ଷ ନୂଆ ଭୋଟର ସାମିଲ ହେବେ ବୋଲି ଆଶା କରାଯାଉଛି । ନିର୍ବାଚନ କମିଶନଙ୍କ ଏହି ଘୋଷଣା ପରେ କଶ୍ମୀରରେ ରାଜନୀତି ସରଗରମ ହୋଇଛି ।

Related Posts