
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଝାଡାବାନ୍ତି ବ୍ୟାପିବା ଘଟଣାରେ ରିପୋର୍ଟ ମାଗିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ଟିମ ପଠାଇବାକୁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ଝାଡାବାନ୍ତି ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ୭୨ ଘଣ୍ଟା ମଧ୍ୟରେ ଏନେଇ ଏକ ବିସ୍ତୁତ ରିପୋର୍ଟ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମନ୍ତ୍ରୀ କହିଛନ୍ତି । ତେବେ ସୂଚନା ଅନୁସାରେ କାଶୀପୁର ଝାଡାବାନ୍ତି ବ୍ୟାପିବା ମାମଲାରେ ଆଜି ବିଧାନସଭାରେ ବିରୋଧୀ ସରକାରଙ୍କ ଉପରେ ବର୍ଷିଥିଲେ।