ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୦ କୋଟି କ୍ଲବରେ ପହଞ୍ଚିଲା ଦ କାଶ୍ମୀର ଫାଇଲ୍ସ । କାଶ୍ମୀର ପଣ୍ଡିତମାନଙ୍କୁ ନେଇ ଏହି ଫିଲ୍ମଟି ନିର୍ମିତ । ୧୯୯୦ ମସିହାରେ କିପରି କାଶ୍ମୀର ପଣ୍ଡିତମାନଙ୍କୁ ନିର୍ଯ୍ୟାତନା ଦେବା ସହ ବିତାଡ଼ିତ କରାଯାଇଥିଲା । ତାହା ଏଥିରେ ଦର୍ଶାଯାଇଛି । ଏହି ଫିଲ୍ମଟି ଖବୁ ଅଳ୍ପଦିନରେ ହିଁ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହା ମଧ୍ୟରେ ଏହି ଫିଲ୍ମଟି ୨୦୦ କୋଟି ଟଙ୍କା କ୍ଲବରେ ପହଞ୍ଚିଛି । ଏ ଖବରଟି ସାମ୍ନାକୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ରିଲିଜ ହେବାର ମାତ୍ର ୭ ଦିନ ମଧ୍ୟରେ ‘ଦ କଶ୍ମୀର ଫାଇଲ୍ସ’ ସର୍ବକାଳୀନ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ରର ମାନ୍ୟତା ପାଇଥିଲା। ଏହାପରେ ବି ‘ଦ କଶ୍ମୀର ଫାଇଲ୍ସ’ ଯେପରି ବ୍ୟବସାୟ କରୁଛି ତାହାକୁ ବର୍ଣ୍ଣନା କରିବାକୁ ଶବ୍ଦ ବି କମ ପଡିଯିବ।
ମାର୍ଚ୍ଚରେ ୧୮ରେ ଅକ୍ଷୟ କୁମାରଙ୍କ ଅଭିନୀତ ବଚ୍ଚନ ପାଣ୍ଡେ ରିଲିଜ୍ ହେବାର ଥିଲା। ମାର୍ଚ୍ଚ ୨୫ ତାରିଖ ୨୦୨୨ର ବୋଧହୁଏ ସବୁଠୁ ଚର୍ଚ୍ଚିତ ଓ ବ୍ୟୟବହୁଳ ଚଳଚ୍ଚିତ୍ର ବାହୁବଳିର ନିର୍ମାତା ଏସ.ଏସ. ରାଜାମୌଲିଙ୍କ ‘ଆରଆରଆର୍’ ରିଲିଜ୍ ହେବାର ଥିଲା। ଏମାନଙ୍କ ମଧ୍ୟରୁ ‘ରାଧେ ଶ୍ୟାମ୍’ ବକ୍ସ ଅଫିସରେ ବିଫଳ ହୋଇଛି। ଅନ୍ୟ ସମସ୍ତ ଫିଲ୍ମଗୁଡିକୁ ‘ଦ କଶ୍ମୀର ଫାଇଲ୍ସ’ ବଡ ବ୍ୟବଧାନରେ ପଛରେ ପକାଇ ଦେଇଛି ଓ ‘ଆରଆରଆର୍’ ରିଲିଜ୍ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ସିନେମାଘର ଗୁଡିକରେ ହିଁ ୨୦୦ କୋଟି ଟଙ୍କା ଆୟ କରି ସମସ୍ତଙ୍କୁ ଚକିତ କରି ଦେଇଛି।