ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭଗୱନ୍ତ ମାନ; ଦୁଇ ବର୍ଷ ପାଇଁ ମାଗିଲେ ୫୦ ହଜାର କୋଟି ଟଙ୍କାର ସହାୟତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭଗୱନ୍ତ ମାନ ଭେଟିଛନ୍ତି । ଏହି ସାକ୍ଷାତ ପରେ ମାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ନେଇ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ରାଷ୍ଟ୍ରୀୟ ସୁରକ୍ଷା ଦିଗରେ ମୋତେ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଛନ୍ତି। ଦୁଇ ବର୍ଷ ପାଇଁ ମୁଁ ପ୍ରତିବର୍ଷ ୫୦,୦୦୦କୋଟି ଆର୍ଥିକ ସହାୟତା ମାଗିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ସେ କହିଛନ୍ତି ଯେ ସେ ପଞ୍ଜାବକୁ ପୁଣିଥରେ ଦେଶର ଏକ ନମ୍ବର ରାଜ୍ୟ କରିବେ।ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭଗୱନ୍ତ ମାନଙ୍କର ଏହା ପ୍ରଥମ ସାକ୍ଷାତ।

ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ଗାଁ ଖଟକର କାଲାନରେ ମାର୍ଚ୍ଚ ୧୬ରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଆମ୍ ଆଦମୀ ପାର୍ଟି ନେତା ଭଗୱନ୍ତ ମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ପଞ୍ଜାବ ବିଧାନସଭା ନିର୍ବାଚନରେ ୧୧୭ଟି ମଧ୍ୟରୁ ଆପ୍ ୯୨ଟି ସିଟ୍ ଜିତିଛି। ପ୍ରଧାନମନ୍ତ୍ରୀଙ୍କ ପରେ ମାନ୍ ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ସେପଟେ ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts