ଆସନ୍ତା ୨୮ ଓ ୨୯ ତାରିଖରେ ଭାରତବନ୍ଦ ଡ଼ାକରା ଦେଲା କେନ୍ଦ୍ରୀୟ ଟ୍ରେଡ ୟୁନିୟନ; ସେପଟେ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୮ ଓ ୨୯ ତାରିଖରେ ଭାରତବନ୍ଦ ଡ଼ାକରା ଦେଲା କେନ୍ଦ୍ରୀୟ ଟ୍ରେଡ ୟୁନିୟନ । ଏହି ବନ୍ଦ ଡାକରାକୁ ବ୍ୟାଙ୍କ ୟୁନିୟନଗୁଡ଼ିକ ସମର୍ଥନ କରୁଥିବାରୁ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ । ଫଳରେ ବ୍ୟାଙ୍କଗୁଡ଼ିକ ଲଗାତାର ୪ ଦିନ ଅର୍ଥାତ ଆସନ୍ତା ୨୬ ତାରିଖଠାରୁ ୨୯ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ । ଆସନ୍ତା ୨୬ ତାରିଖ ମାସର ୪ର୍ଥ ଶନିବାର ଥିବାରୁ ବ୍ୟାଙ୍କ ଛୁଟି ରହିବ । ସେହିପରି ରବିବାର ସ୍ବାଭାବିକ ଭାବେ ବ୍ୟାଙ୍କ ଛୁଟି ରହିଥାଏ ।

ଏଣୁ ଏହାକୁ ମିଶାଇ ମୋଟ ୪ ଦିନ ଛୁଟି ରହିବ । ଏହି ଭାରତ ବନ୍ଦ ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା ପାଇଁ ଗତ ମଙ୍ଗଳବାରଦିନ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଏକ ବୈଠକ ଦିଲ୍ଲୀଠାରେ ବସିଥିଲା । ହରିୟାଣା ଓ ପଞ୍ଜାବର ବିଦ୍ୟୁତ ଓ ପରିବହନ କର୍ମଚାରୀମାନଙ୍କ ୟୁନିୟନଗୁଡ଼ିକ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ କରୁଛନ୍ତି । ଏଣୁ ଏସବୁ ରାଜ୍ୟରେ ଏହି ଦୁଇଟି ଅତ୍ୟାବଶ୍ୟକ ସେବା ବ୍ୟାହତ ହେବାର ଆଶଙ୍କା ରହିଛି ।

Related Posts