ଚଳଚ୍ଚିତ୍ର ‘ବାହୁବଲୀ-୨’କୁ ପଛରେ ପକାଇଲା ଦି କାଶ୍ମୀର ଫାଇଲ୍ସ’

ନିକଟରେ ମୁକ୍ତିଲାଭ କରିଥିବା କାଶ୍ମୀର ଫାଇଲ୍ସ’ କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିି ଥିବା ବେଳେ, ଏବେ ରେକର୍ଡ ସ୍ତରରେ ପହଂଚିଛି ଫିଲ୍ମ୍। ଫିଲ୍ମଟି 100 କୋଟି ପାର୍‌ କରିସାରିଥିବା ବେଳେ, ବର୍ତ୍ତମାନ ଫିଲ୍ମ ଅଷ୍ଟମ ଦିନର ରୋଜଗାର ସହିତ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ ଯେ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ର ଅଷ୍ଟମ ଦିନରେ ହିନ୍ଦୀ ସିନେମାରେ ଏକ ହଇଚଇ ସୃଷ୍ଟି କରିଥିବା ପାନ ଇଣ୍ଡିଆ ଚଳଚ୍ଚିତ୍ର ‘ବାହୁବଲୀ-୨’ ଅଷ୍ଟମ ଦିନର ରୋଜଗାର ପାଖାପାଖି ପହଞ୍ଚିସାରିଛି । ଏଥି ସହିତ ଏହି ଚଳଚ୍ଚିତ୍ରଟି ଅମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’କୁ ଏହି ମାମଲାରେ ପଛରେ ପକାଇ ଦେଇଛି । କହିରଖୁଛୁ ଯେ, ଫିଲ୍ମଟି ଗତ ସପ୍ତାହରେ ମାର୍ଚ୍ଚ 11ରେ ମୁକ୍ତିଲାଭ କରିଥିଲା ​​।’

ଫିଲ୍ମ ଆନାଲିଷ୍ଟ ତରଣ ଆଦର୍ଶ ଏକ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି ଯେ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ‘କାଶ୍ମୀର ଫାଇଲ୍,’ ଅଷ୍ଟମ ଦିନରେ 19.15 କୋଟି ଟଙ୍କା ଆୟ କରିଛି, ଯାହା ଏସ୍ ରାଜମୌଲି ନିର୍ଦ୍ଦେଶନା ଦେଇଥିଲେ । ଚଳଚ୍ଚିତ୍ର ‘ବାହୁବଳୀ-୨’ ଏତିକି ଦିନର ରୋଜଗାର (19.75)ର ନିକଟତର ନଜର ଆସୁଛି ।

‘କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଅଷ୍ଟମ ଦିନରେ ଅମିର ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଦଙ୍ଗଲ’କୁ ପଛରେ ପକାଇଛି । ତେବେ ‘ଦଙ୍ଗଲ’ ଅଷ୍ଟମ ଦିନରେ ବକ୍ସ ଅଫିସରେ 18.59 କୋଟି ଟଙ୍କା ସଂଗ୍ରହ କରିଥିଲା ​​। ‘କାଶ୍ମୀର ଫାଇଲ୍ସ’ ଏପର୍ଯ୍ୟନ୍ତ ଆଠ ଦିନରେ ମୋଟ 116.5 କୋଟି ଟଙ୍କା ରୋଜଗାର କରିଛି । ତେବେ ଅନୁମାନ କରାଯାଉଛି ଯେ, ଦ୍ୱିତୀୟ ସପ୍ତାହ ଶେଷ ସୁଦ୍ଧା ‘କାଶ୍ମୀର ଫାଇଲ୍ସ’ 200 କୋଟି ଛୁଇଁବ ।

Related Posts