ପୁଟିନଙ୍କୁ ଘାରିଛି ମୃତ୍ୟୁ ଭୟ: ବ୍ୟକ୍ତିଗତ କର୍ମଚାରୀଙ୍କ ମଧ୍ୟରୁ ୧୦୦୦ ଜଣଙ୍କୁ ଚାକିରିରୁ କଲେ ବାହାର

24 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଯୁଦ୍ଧ ବନ୍ଦ କରିବାକୁ ଅନେକ ଦେଶ ପକ୍ଷରୁ ଋଷ ଉପରେ ପ୍ରତିବନ୍ଧକ ଲଗାଯାଇଥିଲେ ମଧ୍ୟ, କାହାକୁ ଖାତିର ନ କରି ଋଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି। ଏହି ଯୁଦ୍ଧ ପାଇଁ ଋଷ କୁ ମଧ୍ଯ ଭାରି ପଡ଼ିଛି ।

ସେପଟେ ଏହି ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଘାରିବାରେ ଲାଗିଛି ନିଜ ମୃତ୍ୟୁର ଭୟ। କାଳେ ତାଙ୍କ ଖାଇବାରେ କିଏ ବିଷ ଦେଇ ମାରି ଦେବ ଏହାକୁ ନଜରରେ ରଖି ପୁଟିନ୍ ନିଜର ବ୍ୟକ୍ତିଗତ କର୍ମଚାରୀଙ୍କ ମଧ୍ୟରୁ ୧୦୦୦ ଜଣଙ୍କୁ ଚାକିରିରୁ ବାହାର କରି ଦେଇଛନ୍ତି। ତାଙ୍କ ସ୍ଥାନରେ ନୂତନ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ରୁଷ ମିଡିଆ ଅନୁଯାୟୀ, ପୁଟିନଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରିବା ନେଇ ସନ୍ଦେହ ରହିଥିଲା। ନିକଟରେ ଗୁଇନ୍ଦା ଇନପୁଟ୍ ପରେ ପୁଟିନ ନିଜ ପ୍ରାଣକୁ ନେଇ ବହୁତ ଡରି ଯାଇଛନ୍ତି।

ରୁଷି ଟିଭି ସହ ଆଲୋଚନା ବେଳେ ରାଷ୍ଟ୍ରପତି ପୁଟିନ୍‌ କହିଥିଲେ, ୟୁକ୍ରେନ ସହ ଲଢେଇ ଆରମ୍ଭ ହେବା ପରେ ତାଙ୍କ ବିରୋଧରେ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ ହୋଇପାରେ। କିଛି ଲୋକ ଦେଶଦ୍ରୋହୀ ହୋଇ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚିପାରନ୍ତି।

ଡେଲି ବିଷ୍ଟର ସଂପାଦକ କ୍ରେଗ କୋପେଟସ୍‌ଙ୍କ କହିବା କଥା ପୁଟିନଙ୍କୁ ଖାଇବାରେ ବିଷ ଦେଇ ହତ୍ୟା କରିବାର ସନ୍ଦେହ ରହିଛି। ରୁଷରେ ହତ୍ୟା କରିବାର ସବୁଠୁ ସହଜ ଉପାୟ ହେଉଛି ଖାଇବାରେ ବିଷ ଦେଇ ମାରିବା। ଏମିତିରେ ବି ପୁଟିନ ଭୋଜନ କରିବା ପୂର୍ବରୁ ଏହାର ଯାଞ୍ଚ କରାଯାଇଥାଏ। ତଥାପି ପୁଟିନ ନିଜର ବ୍ୟକ୍ତିଗତ କର୍ମଚାରୀଙ୍କ ମଧ୍ୟରୁ ୧୦୦୦ ଜଣଙ୍କୁ ସଂପୂର୍ଣ୍ଣ ବଦଳାଇ ଦେଇଛନ୍ତି।

Related Posts