
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାକାଶରେ ମହାଜାଗତିକ ଦୃଶ୍ୟ । ଆକାଶରେ ଚାଲିଲା ଛାଇ ଆଲୁଅର ଖେଳ । ସାରା ବିଶ୍ୱ ଦେଖିଲା ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଏହା ଭାରତ ସମେତ ଉତ୍ତରପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ସମେତ ବିଶ୍ୱର ଅନେକ ସ୍ଥାନରେ ଦୃଶ୍ୟମାନ ହୋଇଛି । ଅରୁଣାଚଳ ପ୍ରଦେଶର ଇଟାନଗରେ ପ୍ରଥମେ ଦେଖାଯାଇଥିଲା ।ସେହିପରି କୋଲକାତା , କୋହିମା, ପାଟଣା, ରାଞ୍ଚି ଓ ଇଟାନଗରେ ଏହା ଦେଖାଯାଇଛି ।
ଏହି ମହାଜାଗତିକ ଦୃଶ୍ୟ ସନ୍ଧ୍ୟା ୫ଟା ୫ ମିନିଟ୍ ୫୯ ସେକେଣ୍ଡଠାରୁ ସନ୍ଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା । ରାଜ୍ୟର ଭୁବନେଶ୍ୱର, ପୁରୀ ବ୍ୟତୀତ ବିଭିନ୍ନ ସହରରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଛି । ଭୁବନେଶ୍ୱରରେ ସନ୍ଧ୍ୟା ୦୫ଟା.୦୬ରୁ ୬ଟା.୧୯ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା । ଚନ୍ଦ୍ରଗ୍ରହଣ ଅପରାହ୍ଣ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇଥିଲା ଏହାପରେ ସନ୍ଧ୍ୟା ୬ଟା ୧୯ରେ ସର୍ବମୋକ୍ଷ ସେ। ଏହି ସମୟରେ ପାକ ତ୍ୟାଗ ସହ ଦେବନୀତି ନିଷେଧ ରହିଛି । ତେବେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସରଳରେଖାରେ ରହିଲେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥାଏ । ଆଜିର ଚନ୍ଦ୍ର ଗ୍ରହଣ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଥିଲା। ତେବେ ଆସନ୍ତା ୨୦୨୫ ମସିହା ସେପ୍ଟେମ୍ବର ୭ ତାରିଖରେ ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ ବୋଲି ଜଣାପଡିଛି।