ଆପ ର ବିଧାୟକ ୮୦ କି. ମି. ସାଇକେଲ ଚଲେଇ ପହଞ୍ଚିଲେ ଶପଥ ଗ୍ରହଣ ଉତ୍ସବରେ

ମୁଖ୍ୟମନ୍ତ୍ରୀ ଭାଗୱନ ମାନଙ୍କ ନେତୃତ୍ବରେ ୯୨ ଜଣ ଆପ ବିଧାୟକ ବିଧାସଭାର ସଦସ୍ୟଭାବେ ଶପଥ ନେଇଛନ୍ତି । ଏହାରି ଭିତରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ନାଭା ଆସନରୁ ନବନିର୍ବାଚିତ ଆପ ବିଧାୟକ ଗୁରୁଦେବ ସିଂ ମାନ ।

ଶପଥ ଗ୍ରହଣ କରିବା ପାଇଁ ସେ ୮୦ କିଲୋମିଟର ସାଇକେଲ ଚଲାଇ ନଭାରୁ ଚଣ୍ଡିଗଡ ପହଞ୍ଚିଥିଲେ ଏହି ନବ ନିର୍ବାଚିତ ଆପ ବିଧାୟକ । ପେଶାରେ କଣ୍ଠଶିଳ୍ପୀ ଏବଂ ଅଭିନେତା ଥିବା ମାନ ବିଧାୟକ ଦରମା ନେବାକୁ ମନା କରିଛନ୍ତି । ଏହାସହ ସେ ଏଥିପାଇଁ କେବଳ ଏକ ଟଙ୍କା ନେବେ ବୋଲି ଘୋଷଣା କରିଥିଲେ । ଏହସହ ବିଧାୟକ ରୁପେ କୌଣସି ସୁରକ୍ଷା ନେବେ ନାହିଁ ବୋଲି କହିଛନ୍ତି ।

ମାନ କହିଛନ୍ତି, ନାଭାର ଅଧିକାଂଶ ସହରାଞ୍ଚଳରେ ସେ ସାଇକେଲ ଯୋଗେ ନିର୍ବାଚନୀ ପ୍ରଚାର କରିଥିଲେ । ଏହା ହିଁ ସାଇକେଲ ଚଲାଇବା ପ୍ରତି ତାଙ୍କର ଭଲ ପାଇବାକୁ ବଢାଇଥିଲା। ପରେ ସେ ସାଇକଲେ ଯୋଗେ ହିଁ ଚଣ୍ଡିଗଡରୁ ନାଭାରେ ଫେରିବେ ବୋଲି କହିଥିଲେ। ଏହାସହ ବିଧାନସଭାକୁ ସେ ଏହିପରି ସାଇକେଲରେ ଆସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଦେବ ମାନ ୨୦୧୭ ବିଧାନସଭା ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇ ପରାଜିତ ହୋଇଥିଲେ।

Related Posts