ପୁରୀ : ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଭକ୍ତଙ୍କ ଗ୍ରହଣ କୁ ଫେରିବେ ମହାପ୍ରଭୁ । ଆକୁଳ ନୟନରେ ଚାହିଁ ରହିଥିବା ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ । ବୁଧବାର ମହାପ୍ରଭୁ ନବଯୌବନ ଦେଶରେ ନିଜ ଭକ୍ତଙ୍କୁ ଦର୍ଶନ ଦେବେ । ତେବେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ।

ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ । ଏହା ପରେ ସକାଳ ୯ଟାରୁ ୧୦ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ହେବ ।

ସେହିପରି ଦିନ ୨ଟାରୁ ୩ଟା, ସଂଧ୍ୟା ୬ଟାରୁ ୬ଟା ୩୦ ଯାଏଁ ଏବଂ ରାତି ୯ଟାରୁ ୧୦ଟା ୩୦ ଓ ରାତି ସାଢ଼େ ୧୧ରୁ ସାଢ଼େ ୧୨ ଯାଏ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଅନ୍ୟପଟେ ବିଶେଷ ନୀତି ପାଇଁ ସକାଳ ସାଢ଼େ ୧୦ରୁ ଦିନ ୨ଟା, ୩ଟାରୁ ୬ଟା ଓ ସାଢ଼େ ୬ଟାରୁ ରାତି ୯ଟା ଓ ରାତି ସାଢ଼େ ୧୦ରୁ ସାଢ଼େ ୧୧ ଦର୍ଶନ ବନ୍ଦ ରହିବ ।

ସୂଚନାଯୋଗ୍ୟ ଯେ, ଆଉ ଦିନ ପରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିଲାଗି ଶେଷ ପର୍ଯ୍ୟାୟରେ ପହଞ୍ଚି ରଥକାମ । ସୋମବାର ପ୍ରତ୍ୟେକ ରଥରେ ପାର୍ଶ୍ୱଦେବତାଙ୍କୁ ସ୍ଥାପନ କରାଯାଇଛି । ରଥରେ ପ୍ରଥମେ ଶିଖରଡମ୍ୱରୁ ଲଗାଗଲା । ପରେ ୨୭ ପାର୍ଶ୍ୱଦେବାଦେବୀଙ୍କୁ ସ୍ଥାପନ କରାଗଲା । ଆଜି ରଥରେ ଠେକରାବାଡ଼ ବୁଲିବ । ଚିତ୍ରକାରମାନେ ପ୍ରଭାରେ ରଙ୍ଗ କାର୍ଯ୍ୟ ସାରିଛନ୍ତି । କୋଠସୁଆଁସିଆ ସେବକମାନେ ରଥରେ କନା ମଣ୍ଡଣୀ କରି ପିତ୍ତଳ ସାଜ ଲଗାଇବେ । ପ୍ରଭା ସ୍ଥାପନ ପରେ ଚକା ସିଂହାସନ ପଡ଼ିଲେ ରଥ ନିର୍ମାଣ କାର୍ଯ୍ୟ ସରିବ