ଭୁବନେଶ୍ୱର,୯/୧(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ହୋଇଥିବା ଚିଟଫଣ୍ଡ ଠକେଇକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଚିଟଫଣ୍ଡ ଠକେଇରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ରାଜ୍ୟ ସରକାର । ସେଥିପାଇଁ ଆଜି ନିଜେ ସରକାର କାଠଗଡାରେ ଛିଡା ହୋଇଛନ୍ତି । ଚିଟଫଣ୍ଡ ଠକେଇର ପ୍ରଥମ ଛଅ ମାସ କାଳ ତଦନ୍ତ ନାଁରେ ସମସ୍ତ ପ୍ରମାଣକୁ ନଷ୍ଟ କରାଯାଇଛି ।ଏହି କାରଣରୁ ଅନେକ ଲୋକ ଆଜି କ୍ଲିନଚିଟ୍ ପାଇବା ସ୍ଥିତିରେ ରହିଛନ୍ତି ।
ଯେଉଁ ରାଜନେତା ତଥା ବିଧାୟକ ମାନେ ଚିଟଫଣ୍ଡକୁ ପୃଷ୍ଠପୋଷକତା ଦେଉଥିଲେ ସେମାନଙ୍କ ବିରୋଧରେ ହେଉଥିବା ଆଇନଗତ କାର୍ଯ୍ୟାନୁଷ୍ଠାନକୁ ସରକାର ନିଜେ ଚେଷ୍ଟା କରି ରୋକିଦେଉଛନ୍ତି । ଶାସକ ଦଳ ଆଉ ସରକାରକୁ ଉପଯୋଗ କରି ସମସ୍ତ କାମ ଜାରିରଖିଛନ୍ତି ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ପରେ ରାଜ୍ୟ ସରକାର କହିଥିଲେ ପ୍ରଥମେ ଛୋଟ ଜମାକାରୀଙ୍କୁ ପଇସା ଫେରାଇଦିଆଯିବ । ୨୦୧୪ ପୂର୍ବରୁ ରାଜ୍ୟରେ କର୍ପସ ଫଣ୍ଡ ଗଠନ କରାଯାଇଥିଲା । ତେବେ ଏହି କର୍ପସ ଫଣ୍ଡ କେଉଁଆଡେ ଗଲା ତାହା ଆଜି ଯାଏ କେହିଁ ଜାଣିପାରିନାହାନ୍ତି । ଯେଉଁ ସବୁ ସମ୍ପତ୍ତି ବାଜ୍ୟାପ୍ତି କରାଗଲା ସେଥିରୁ ରାଜ୍ୟ ସରକାର ୬ ଶହରୁ ଅଧିକ କୋଟି ଟଙ୍କା ପାଇଥିଲେ ଯାହା ରାଜ୍ୟ ସରକାର ଆଦାୟ କରିଥିବା ପଇସା ବି ରାଜ୍ୟ ସରକାର ଲୋକଙ୍କୁ ଦେଇନଥିଲେ । ନା ଦୋଷୀକୁ ଦଣ୍ଡ ମିଳୁଛି ନା ଲୋକଙ୍କୁ ନ୍ୟାୟ ମିଳିପାରୁଛି । ବର୍ତ୍ତମାନ ରାଜ୍ୟ ସରକାର ଲୋକଙ୍କ ପଇସା ଫେରାଇବାକୁ ପ୍ରସ୍ତୁତ ନୁହଁ ।ତେଣୁ ଆଜି ଯଦି କେହି ଚଣ୍ଡଫଣ୍ଡ ଘଟଣାରେ ଅଧିକ ଦୋଷୀ ସେ ହେଉଛନ୍ତି ରାଜ୍ୟ ସରକାର । ଯେଉଁ ସତ୍ୟପାଠ ହେଉଛି ଯେ ପ୍ରଭାବଶାଳୀ ବ୍ୟକ୍ତି ଏହାକୁ ଅଟକାଉଛନ୍ତି ଏଥିରେ କୌଣସି ମିଥ୍ୟା ନାହିଁ । ରାଜ୍ୟ ସରକାର ନିଜେ ଆଜି କାଠଗଡାରେ ଛିଡା ହୋଇଛନ୍ତି ।