ଜମ୍ମୁ ଓ କଶ୍ମୀରରେ ନିରାପତ୍ତା କର୍ମଚାରୀଙ୍କ ଉପରକୁ ଟେକାପଥର ଫିଙ୍ଗୁଥିବା ବ୍ୟକ୍ତି ଏବେ ସରପଞ୍ଚ: ଅମିତ ଶାହ

ନୂଆଦିଲ୍ଲୀ: ଆଜି ‘ନ୍ୟାସ୍‌ନାଲ୍‌ ପୋଲିସ୍‌ ମେମୋରିଆଲ୍‌’ରେ ନିରାପତ୍ତା କର୍ମଚାରୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ସେ ଜମ୍ମୁ ଓ କଶ୍ମୀରରେ ଯେଉଁମାନେ ନିରାପତ୍ତା କର୍ମଚାରୀଙ୍କ ଉପରକୁ ଟେକାପଥର ଫିଙ୍ଗୁଥିଲ, ସେମାନେ ଆଜି ସରପଞ୍ଚ ବୋଲି କହିଛନ୍ତି।

ଦେଶର ଅଭ୍ୟନ୍ତର ନିରାପତ୍ତାରେ ସକାରାତ୍ମକ ପରିବର୍ତ୍ତନ ଘଟିଛି। ଆଗରୁ ଉତ୍ତରପୂର୍ବ, କଶ୍ମୀରରେ ସାଙ୍ଘାତିକ ଘଟଣା ଘଟୁଥିଲା। ସଶସ୍ତ୍ର ବାହିନୀକୁ ସ୍ବତନ୍ତ୍ର କ୍ଷମତା ଦିଆଯିବା ବ‌େଳେ କଶ୍ମୀର ଥିଲା ବାମପନ୍ଥୀ ଚରମ ଉପଦ୍ରୁତ ଅଞ୍ଚଳ। କିନ୍ତୁ, ନିଜ ନିଜର ପ୍ରଗତି ନିମନ୍ତେ ଏବେ ଯୁବାଙ୍କୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି।

‘ନ୍ୟାସ୍‌ନାଲ୍‌ ପୋଲିସ୍‌ କମେମୋରେସନ୍‌ ଡେ’ ଅବସରରେ ‘ନ୍ୟାସ୍‌ନାଲ୍‌ ପୋଲିସ୍‌ ମେମୋରିଆଲ୍‌’କୁ ଯାଇଥିବା ଶାହ କହିଛନ୍ତି, ପୂର୍ବରୁ ଟେକାପଥର ଫିଙ୍ଗାରେ ମାତିଥିବା ଯୁବା ଆଜି ସରକାର ପ୍ରଚଳନ କରିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିକଳ୍ପିତ ଯୋଜନାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଲ୍ପ ସହିତ ଜଡ଼ିତ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ‌‘ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ’ର ୧୦ଜଣ ସହିଦ ପୁଲିସଙ୍କ ସ୍ମୃତିରେ ‘ନ୍ୟାସ୍‌ନାଲ୍‌ ପୋଲିସ କମ୍ମେମୋରେସନ୍‌ ଡେ’ ପାଳନ କରାଯାଏ। ୧୯୫୯ରେ ଲଦାଖର ହଟ୍‌ ସ୍ପ୍ରିଙ୍ଗ୍‌ ଅଞ୍ଚଳରେ ଚୀନ୍‌ ସୈନିକମାନଙ୍କ ଅତର୍କିତ ଆକ୍ରମଣରେ ଉକ୍ତ ପୁଲିସ କର୍ମଚାରୀମାନଙ୍କର ମୃତ୍ୟୁ ଘଟିଥିଲା।

Related Posts