ନିର୍ବାଚନ ପରବର୍ତ୍ତୀ ହିଂସା ବାବଦରେ ଗଣମାଧ୍ୟମର ରହସ୍ୟମୟ ନୀରବତା ଚିନ୍ତାଜନକ ; ରାଜ୍ୟପାଳ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ରାଜ୍ୟପାଳ ଜଗଦୀପ ଧନଖଡ କହିଛନ୍ତି ଯେ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସା ଓ ଭଙ୍ଗାରୁଜା ଜାରି ରହିଛି।  ତ୍ରୁଣମୂଳ କଂଗ୍ରେସର ଶାସନ ସାମ୍ବିଧାନ  ଠାରୁ ବହୁ ଦୂରରେ। ରାଜ୍ଯପାଳ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଗଣମାଧ୍ୟମକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ନିର୍ବାଚନ ପରବର୍ତ୍ତୀ ହିଂସା ବାବଦରେ ଗଣମାଧ୍ୟମର ରହସ୍ୟମୟ ନୀରବତା ଚିନ୍ତାଜନକ।  ନିର୍ବାଚନୀ ପରବର୍ତ୍ତୀ ହିଂସା ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ତାଙ୍କୁ ରିପୋର୍ଟ କରୁନାହିଁ ବୋଲି ଧନଖଡ ଅଭିଯୋଗ କରିଛନ୍ତି। ସେ ଟୁଇଟ୍ ରେ କହିଛନ୍ତି “ସାମ୍ବିଧାନ ଠାରୁ ମମତା ବାନାର୍ଜୀଙ୍କ ଶାସନ ବହୁତ୍ ଦୂରରେ। ନିର୍ବାଚନ ପରବର୍ତ୍ତୀ ହିଂସା ଏବଂ ଭଙ୍ଗାରୁଜା ଜାରି ରହିଛି। ଶାସନ ସଚିବ ଓ ଗୃହ ମନ୍ତ୍ରଣାଳୟ ମଧ୍ୟ ମୋ ଦ୍ବାରା ମଗାଯାଇବା ରିପୋର୍ଟ ପଠାଇ ନାହାଁନ୍ତି ଏବଂ କୋଲକାତା ପୋଲିସ ଚୁପ୍ ରହିଛି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ମଧ୍ୟ ନିରବତା।”

  ଏହି ଆକ୍ରମଣ ତ୍ରୁଣମୁଳ କଂଗ୍ରେସର  ଗୁଣ୍ଡା ମାନଙ୍କ ଦ୍ୱାରା ହୋଇଛି ବୋଲି ଭି ମୁରଲୀଧରନ ଟୁଇଟ୍ କରି ଅଭିଯୋଗ କରିଥିଲେ। ସେ କହିଛନ୍ତି, “ଟିଏମସି ଗୁଣ୍ଡା   ମାନେ ପଶ୍ଚିମ ମେଦିନାପୁରରେ ମୋର କନଭେ ଉପରେ ଆକ୍ରମଣ କରିଥିଲେ, ଗାଡିର   ଝରକା  ଭାଙ୍ଗି, ବ୍ୟକ୍ତିଗତ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ।  ମେ ୨  ରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଥିବାର ସୂଚନା ମିଳିଛି। ଭାରତୀୟ ଜନତା ପାର୍ଟି  ଅଭିଯୋଗ କରିଛି ଯେ ପୋଲ ପରବର୍ତ୍ତୀ ହିଂସାରେ ଦଳର 9 ଜଣ କର୍ମୀ ନିହତ ହୋଇଛନ୍ତି।  ତେବେ ଟିଏମସି ଏହି ଅଭିଯୋଗକୁ ଅସ୍ୱୀକାର କରୁଛି। 

Related Posts