ମଙ୍କିଫକ୍ସକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ ଜାରି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଙ୍କିଫକ୍ସକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ ଜାରି । ସେପଟେ କରୋନା ପରେ ବର୍ତ୍ତମାନ ସାରା ବିଶ୍ୱରେ ମଙ୍କଫକ୍ସ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ସାରା ବିଶ୍ୱରେ ହଜାର ହଜାର ସଂଖ୍ୟାରେ ଲୋକାମାନେ ସଂକ୍ରମିତ ହେବାରେ ଲାଗିଛନ୍ତି । ଭାରତରେ ମଧ୍ୟ ପ୍ରଥମଥର କରି ମଙ୍କିଫକ୍ସ ସଂକ୍ରମିତ କେରଳରୁ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି ।

ମନ୍ତ୍ରଣାଳୟର ଗାଇଡ ଲାଇନ ମୁତାବକ ବିଦେଶରୁ ଆସୁଥିବା ଲୋକମାନେ ନିଜ ଲୋକଙ୍କ ଠାରୁ କିଛି ଦିନ ଦୂରତା ରକ୍ଷା କରିବା ଆବଶ୍ୟକ । ଏହାସହ ମୃତ ଓ ରୋଗୀଣା ପଶୁ ପକ୍ଷୀଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ମନ୍ତ୍ରଣାଳୟର କହିବା ମୁତାବକ ଏହାଏକ ସଂକ୍ରମିତ ରୋଗ । ଏଥିରେ ରୋଗୀଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥାଏ । ମଙ୍କିଫକ୍ସ ସାଧାରଣତ ମଧ୍ୟ ଓ ପଶ୍ଚିମ ଆଫ୍ରିକାରେ ଦେଖିବାକୁ ମିଳିଥାଏ । ୨୦୦୩ ମସିହାରେ ପ୍ରଥମଥର ପାଇଁ ମଙ୍କିଫକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts