
(ସତ୍ୟପାଠ ବ୍ୟୁରୋ ) ଭୁବନେଶ୍ୱର ; ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦେଶବାସୀଙ୍କୁ ଭୟାଭୀତ କରୁଥିବା ବେଳେ ଏହି ସମୟରେ ରାଜନୈତିକ ଦଳ କେନ୍ଦ୍ର ସରକାର ଉପରେ ଅଭିଯୋଗ ମଧ୍ୟ ଜାରିରଖିଛନ୍ତି । କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ମୋଦୀ ସରକାର ଉପରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ୧୧ ଏପ୍ରିଲ ରୁ ୧୪ ଏପ୍ରିଲ ଯାଏଁ ସାରା ଦେଶରେ ଟିକା ଉତ୍ସବ ପାଳନ କରାଯାଇଥିଲା । ମହାନ ସମାଜ ସଂସ୍କାରକ ଜୋତିବା ଫୁଲେଙ୍କ ଜୟନ୍ତୀ ରୁ ଏହି ଟିକା ଉତ୍ସବ ଆରମ୍ଭ ହୋଇ ବାବା ସାହେବ ଆମ୍ବେଦ କରଙ୍କ ଜୟନ୍ତୀ ରେ ଶେଷ ହେବ । ଯୋଗ୍ୟ ବିବେଚିତ ଲୋକ ମାନଙ୍କୁ କେମିତି ଅଧିକରୁ ଅଧିକ ଟିକା କରଣ ପ୍ରକ୍ରିୟାରେ ସାମିଲ କରାଯାଇ ପାରିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଦେଶ ଟିକା ଉତ୍ସବ ପାଳନ କରିଛି କିନ୍ତୁ ଦେଶରେ ଟିକା ବ୍ୟବସ୍ଥା ନାହିଁ । ସେ କହିଛନ୍ତି ଭାରତ ହେଉଛି ସବୁଠାରୁ ବଡ ଟିକା ଉତ୍ପାଦନକାରୀ ଦେଶ । ଗତ ୧୨ ଏପ୍ରିଲରେ ବିଜେପି ସରକାର ଏହି ଟିକା ଉତ୍ସବ ପାଳନ କରିଥିଲେ , କିନ୍ତୁ କୌଣସି ଟିକା ପ୍ରଦାନ କରିନଥିଲେ ଏବଂ ଏହି ଟିକା କରଣ ୩୦ ଦିନ ମଧ୍ୟରେ ୮୨ ପ୍ରତିଶତ ହ୍ରାସ ପାଇଛି । ମୋଦୀ ଟିକା କାରଖାନାକୁ ଯାଇ ଫୋଟ ମଧ୍ୟ ଉଠଇଥିଲେ । କିନ୍ତୁ ଜାନୁଆରୀ ୨୦୨୧ ରେ ତାଙ୍କ ସରକାର ପ୍ରଥମ ଟିକା କାହିଁକି ଆଦେଶ ଦେଲେ? ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଆମେରିକା ଏବଂ ଅନ୍ୟ ଦେଶ ବହୁପୂର୍ବରୁ ଭାରତୀୟ ଟିକା କମ୍ପାନୀ ମାନଙ୍କୁ ଅର୍ଡର ଦେଇଥିଲେ । ଏଥି ପାଇଁ କିଏ ଦାୟୀ ରହିବ ? ଦେଶର ପ୍ରତେକ ଘରକୁ ଟିକା ନ ଦେଇ କରୋନା ସହ ଲଢିବା ଅସମ୍ଭବ ।