ମୋଦି ସରକାର ଆମ ଜାତୀୟ ଚିହ୍ନକୁ ଅପମାନିତ କରିଛନ୍ତି : ତୃଣମୂଳ କଂଗ୍ରେସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନୂଆ ସାଂସଦ ଭବନ ଉପରେ ଅଶୋକ ସ୍ତମ୍ଭ ସ୍ଥାପନା ପରେ ପୁଣି ସରକାର କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଏହି ଘଟଣା ରେ ତୃଣମୂଳ କଂଗ୍ରେସର ଦୁଇ ସାଂସଦ ମୋଦି ସରକାର କୁ ସମାଲୋଚନା କରିଛନ୍ତି। ଟୁଇଟର ରେ ଦୁଇଟି ଅଶୋକ ସ୍ତମ୍ଭ ର ଫୋଟୋ ପୋଷ୍ଟ କରି ସରକାର ସ୍ଥାପନା କରିଥିବା ସ୍ତମ୍ଭ ଟି ପ୍ରକୃତ ଜାତୀୟ ଚିହ୍ନ ନୁହେଁ ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ର ରାଜ୍ୟସଭା ସାଂସଦ ଜୱାହାର ସିର୍କାର। ସେ କହିଛନ୍ତି ” ଏହା ଆମ ଜାତୀୟ ଚିହ୍ନ ପ୍ରତି ଅପମାନ, ଭୁଲ ଅଶୋକ ସ୍ତମ୍ଭ କୁ ସାଂସଦ ଭବନରେ ସ୍ଥାପନା କରାଯାଇଛି। ଆମ ଜାତୀୟ ଚିହ୍ନରେ ଥିବା ସିଂହ ମାନେ ଶାନ୍ତ ଓ ନମ୍ର ମୁଦ୍ରା ରେ ରହିଥାନ୍ତି। ମାତ୍ର ସରକାର ଙ୍କ ଦ୍ଵାରା ସ୍ଥାପିତ ଏହି ସ୍ତମ୍ଭ ରେ ସିଂହ ଗୁଡ଼ିକ ଆକ୍ରମଣ ମୁଦ୍ରା ରେ ରହିଛନ୍ତି ଯାହା ମୋଦି ସରକାର ର ମାନସିକତା କୁ ଦର୍ଶାଉଛି”। ଏହା ଆମ ପାଇଁ ଲଜ୍ୟା ର ବିଷୟ ଏହାକୁ ତୁରନ୍ତ ବଦଳାଇବାକୁ ଜୱାହାର ସିର୍କାର ଦାବି କରିଛନ୍ତି।ସେପଟେ ସମାନ ଫୋଟୋ କୁ ଟୁଇଟ କରିଛନ୍ତି ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ମହୁଆ ମୋଇତ୍ରା ।

ତେବେ ଏହି ମନ୍ତବ୍ୟ କୁ ବିଜେପି ପକ୍ଷରୁ ଟାର୍ଗେଟ କରି କୁହାଯାଇଛି ଯେ ଏହି ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ବିରୋଧୀ ମାନେ ଏହା ରାଜନୈତିକ ଉଦ୍ଦେଶ୍ୟ ରଖି କହିଛନ୍ତି ବୋଲି ଓଲଟା ବିଜେପି ଅଭିଯୋଗ କରିଛି।

Related Posts