ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣିଥରେ କେନ୍ଦ୍ରକୁ ଟାର୍ଗେଟ କରି ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ଏଥର ଲଦାଖ ସୀମାରେ ଚାଇନାର ସେତୁ ନିର୍ମାଣକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଚାଇନା ଭବିଷ୍ୟତର କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରୁଛି । ହେଲେ କେନ୍ଦ୍ର ସରକାର ଏହାକୁ ଅଣଦେଖା କରି ଭାରତ ପ୍ରତି ବିଶ୍ୱାସଘାତକତା କରୁଛନ୍ତି ବୋଲି କହିଛନ୍ତି । ସେପଟେ ରାହୁଲ ଗାନ୍ଧୀଙ୍କ ପୂର୍ବରୁ ଆମେରିକାର ଜେନେରାଲ ଚାଲରସ ଏ ଫ୍ଲିନି ଲଦାଖ ସୀମାରେ ଚାଲିଥିବା ଚାଇନାର ସେତୁ ନିର୍ମାଣ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଚାଇନା ସମ୍ପର୍କକୁ ଅସ୍ଥିର କରିବା ଏବଂ ନଷ୍ଯ କରିବାକୁ ଉଦ୍ୟମ କରୁଛି । ଚାଇନା କ୍ରମାଗତ ଭାବରେ ରାସ୍ତା ନିର୍ମାଣ କରୁଛି ।
ଏହା ଅସ୍ଥିର ଏବଂ କ୍ଷତିକାରକ ଆଚରଣ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଅନ୍ୟପଟେ ଗତ ମାସରେ ଚାଇନା ପୂର୍ବ ଲଦାଖର ପ୍ୟାଙ୍ଗଙ୍ଗ ହ୍ରଦ ଚାରିପାଖରେ ଆଉ ଏକ ସେତୁ ନିର୍ମାଣ କରୁଛି । ଚୀନ ପାର୍ଶ୍ୱରୁ ଏହି ସେତୁ ନିର୍ମାଣ ପଛରେ ଏକ ବିଶେଷ କାରଣ ମଧ୍ୟ ଅଛି । ସେତୁ ନିର୍ମାଣ କରିବା ଦ୍ୱାରା ଚୀନ ନିଜର ସୌନ୍ୟବାହିନୀଙ୍କୁ ସହଜରେ ଆଣିପାରିବ । ଏହା ପ୍ରଥମ ଘଟଣା ନୁହେଁ ଯେ ଚୀନ୍ କ୍ରମାଗତ ଭାବରେ ଭାରତ ସହିତ ସୀମାନ୍ତ ଅଞ୍ଚଳରେ ସଡ଼କ ଏବଂ ଆବାସିକ କ୍ଷେତ୍ର ଭଳି ଅନ୍ୟାନ୍ୟ ଭିତ୍ତିଭୂମି ପ୍ରତିଷ୍ଠା କରୁଛି। ଭିଏତନାମ ଏବଂ ଜାପାନ ପରି ଭାରତ-ପ୍ରଶାନ୍ତ ମହାସାଗରରେ ବିଭିନ୍ନ ଦେଶ ସହିତ ଚୀନ୍ର ସାମୁଦ୍ରିକ ସୀମା ବିବାଦ ରହିଛି।





