ଭୁବନେଶ୍ୱର : ପବିତ୍ର କାର୍ତ୍ତିକ ମାସ ଶେଷ ହୋଇଛି । ତେବେ ଧର୍ମ ର ମାସ କାର୍ତ୍ତିକ ମାସ ସରିବା ପରେ ଆଜି ପାଳନ ହେବ ଛାଡଖାଇ । ମାସେ କାଳ ମୁହଁରେ ବାଜି ନଥିବା ଆମିଷ ମୁହଁରେ ବାଜିବ । ଛାଡଖାଇ- ଛାଡିଥିବା ଖାଦ୍ୟକୁ ପୁଣି ଖିଆଯିବ । ତେବେ ଏଥିପାଇଁ ଆମିଷ ଦୋକାନୀଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେପଟେ ବିଏମ୍ସି ପକ୍ଷରୁ ଟିମ୍ ଗଠନ ହୋଇଛି ।
ଆନ୍ଧ୍ରରୁ ମାଛ, ରାଜ୍ୟ ବାହାରୁ ଖାସି ଅଗ୍ରିମ ବରାଦି ଦିଆହୋଇଥିଲା । ଡିମାଣ୍ଡ ଯୋଗୁଁ ଦର ଏଥର ଉଚ୍ଚା ରହିଛି । କୁକୁଡା ମାଂସ ମଧ୍ୟ ଅଧିକ ଟଙ୍କାରେ ବିକ୍ରି ହେବ । ବୁଧବାର ମାଂସ ଅଧିକ ବିକ୍ରି ହେବ । ମାଛ ବିକ୍ରି କମ୍ ରହିବ । ଶୁକ୍ରବାର ମାଛ ଅଧିକ ବିକ୍ରି ହେବ ବୋଲି ମାଛ ବ୍ୟବସାୟୀ ସଂଘ କହିଛି ।
ରାଜଧାନୀର ପ୍ରମୁଖ ମାର୍କେଟ ତଥା ୟୁନିଟ-୪, ନୂଆପଲ୍ଲୀ, ଡେଲଟା, ଆଇଗିଣିଆ, ଡମଣା, ପଳାଶୁଣି, ସୁନ୍ଦରପଦାରେ ଆମିଷ ଦୋକାନରେ ଭିଡ ଜମିଛିବ । ଆମିଷ ଦୋକାନରେ ପରିମଳ ଉପରେ ଗୁରୁତ୍ୱ ଦିଆଯାଇଛି । ଆମିଷ ଦୋକାନ ଚାରିପଟ ସଫା ରଖିବାକୁ କୁହାଯାଇଛି । ମାଂସ ଦୋକାନରୁ ବାହାରୁଥିବା ବର୍ଜ୍ୟ ଡଷ୍ଟବିନ୍ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।





