ପୁଅକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ମା ଓ ପୁଅ ମୃତ

ଭଦ୍ରକ:ଭଦ୍ରକ ବାସୁଦେବପୁର ବ୍ଲକ ନାଟିଆପାଳ ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ବିଦ୍ୟୁତ୍ ଆଘାତରେ ଚାଲିଯାଇଛି ମା ଓ ପୁଅର ଜୀବନ । ଏକାସାଙ୍ଗେ ଉଭୟଙ୍କ ମୃତ୍ୟୁ କୁ ନେଇ ପରିବାର ଓ ଗାଁରେ ଶୋକାକୁଳ ପରିବେଶ ଖେଳି ଯାଇଛି ।

ମୃତକ ଦୁଇ ଜଣେ ହେଲେ ମାଆ ଲକ୍ଷ୍ମୀମଣି ନାୟକ ଏବଂ ସପନ ନାୟକ ।

ସୂଚନାଯୋଗ୍ୟ, ପାଣି ମୋଟର ଚଳାଇବା ବେଳେ ହଠାତ ପୁଅ ସପନ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା। ଏହା ଦେଖି ମାଆ ଲକ୍ଷ୍ମୀମଣି ପୁଅକୁ ଉଦ୍ଧାର କରିବାକୁ ପାଣି ମୋଟର ଚଳାଇବା ବେଳେ ହଠାତ ପୁଅ ସପନ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା। ଏହା ଦେଖି ମାଆ ଲକ୍ଷ୍ମୀମଣି ପୁଅକୁ ଉଦ୍ଧାର କରିବାକୁ ଯାଇଥିଲେ। ତେବେ ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ପୁଅ ସପନ ନାୟକକୁ ବଞ୍ଚାଇବାକୁ ଯାଇ ମାଆ ଲକ୍ଷ୍ମୀମଣି ନାୟକର ମଧ୍ୟ ମୃତ୍ୟୁ ହୋଇଥିଲା । ଉଭୟଙ୍କ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି । ପୋଲିସ ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts