ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତାରେ ସିକ୍କିମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଚିନ୍ତାରେ ସିକ୍କିମ ମୁଖ୍ୟମନ୍ତ୍ରୀ । ଦେଶର ସିକ୍କିମ ରାଜ୍ୟର ଜନସଂଖ୍ୟା କମିବାକୁ ନେଇ ଚିନ୍ତାରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପିଏସ ତମାଙ୍ଗ କହିଛନ୍ତି, ରେକର୍ଡ ଅନୁଯାୟୀ ୧୯୯୮ରୁ ରାଜ୍ୟର ଜନସଂଖ୍ୟା ଅହେତୁକ କମିବାରେ ଲାଗିଛି। ପ୍ରଜନନ ହାର କମିବା କାରଣରୁ ଆମ ରାଜ୍ୟର ଜନସଂଖ୍ୟା ହ୍ରାସ ପାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଜାତୀୟ ସର୍ବେକ୍ଷେଣ ଅନୁସାରେ ୧୯୯୮-୯୯ରେ ସିକ୍କିମର ପ୍ରଜନନ ହାର ୨.୫ ପ୍ରତିଶତ ରହିଥିବା ବେଳେ ୨୦୦୫-୦୬ରେ ଏହା ୨.୧ ପ୍ରତିଶତକୁ ଖସିଥିଲା। ୨୦୧୫-୧୬ରେ ଏହି ହାର ୧.୨ ପ୍ରତିଶତରେ ରହିଥିଲା। ପୁଣି ୨୦୧୯-୨୦ରେ ଏହା ଖସି ୧.୧ ପ୍ରତିଶତରେ ପହଞ୍ଚିଛି। ତେବେ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ) ଜ୍ଞାନ କୌଶଳ ସାହାଯ୍ୟରେ ଦମ୍ପତ୍ତିମାନଙ୍କୁ ସନ୍ତାନ ଜନ୍ମ କରିବାରେ ସାହାଯ୍ୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ତମାଙ୍ଗ କହିଛନ୍ତି।

ପଶ୍ଚିମବଙ୍ଗର ସିଲିଗୁଡି ହେଉଛି ଆଇଭିଏଫର କେନ୍ଦ୍ର। ମୁଖ୍ୟମନ୍ତ୍ରୀ ଏହି ଜ୍ଞାନ କୌଶଳ ଆପଣେଇବାକୁ ଅପିଲ୍ କରିଛି, ଯଦ୍ଵାରା ରାଜ୍ୟର ପ୍ରଜନନ ହାର ବୃଦ୍ଧି ହୋଇ ପାରିବ। ସେ କହିଛନ୍ତି, ରାଜ୍ୟରେ ପ୍ରଜନନ ହାର କମିବାରୁ ଜନସଂଖ୍ୟା ହ୍ରାସ ଘଟିଛି। କିନ୍ତୁ ଏମିତି କାହିଁକି ହେଉଛି ତାହା ଜଣା ପଡିନାହିଁ। ସେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, କିଛି କାରଣ ଯୋଗୁଁ ରାଜ୍ୟର ଜନସଂଖ୍ୟା ହ୍ରାସ ପାଉଛି। ଯୁବ ବର୍ଗ ନିଜ କ୍ୟାରିୟରକୁ ନେଇ ବିବାହ ନକରିବା, ଖରାପ ଆର୍ଥିକ ସ୍ଥିତି, ପତି ଏବଂ ପତ୍ନୀ ନିଜ କ୍ୟାରିୟରକୁ ଆଗକୁ ବଢାଇବା ଆଦି ଜନସଂଖ୍ୟା ହାର କମିବାର କାରଣ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ସେହି ଲୋକଙ୍କୁ ସବୁ ପ୍ରକାରର ସାହାଯ୍ୟ କରିବ, ଯିଏ ନିଜ ପରିବାର ବଢାଇବାକୁ ଚାହାନ୍ତି। ବାତ୍ସଲ୍ୟ ଅଭିଯାନ ଆଧାରରେ ପ୍ରତ୍ୟେକ ପିଲାଙ୍କ ପାଇଁ ଏକ ସୁସ୍ଥ ଏବଂ ନିରାମୟ ଶୈଶବ ସୁନିଶ୍ଚିତ କରାଯିବ। ଏହି ଯୋଜନାକୁ ଆପଣଉଥିବା ସରକାରୀ କର୍ମଚାରୀ ତିନି ଲକ୍ଷ ଟଙ୍କା ପାଇବେ। ଅଣ ସରକାରୀ ମହିଳାଙ୍କୁ ତିନି ଲକ୍ଷ ଟଙ୍କା ଦିଆଯିବ। ପ୍ରତି ବର୍ଷ ଏକ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସ୍ଵାସ୍ଥ୍ୟ ସୁବିଧା ଯୋଜନାରୁ ଆରମ୍ଭ କରାଯିବ। ଭିଆଇଏଫରୁ ଆମ ଜନସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।

Related Posts