ଯୁଦ୍ଧଗ୍ରସ୍ତ ୟୁକ୍ରେନ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ !

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆଗାମୀ କିଛି ଦିନ ମଧ୍ୟରେ ସେ ୟୁକ୍ରେନ ଗସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ବାଇଡେନ ନିଜର ଏକ ବୟାନରେ ୟୁକ୍ରେନ ସମର୍ଥନରେ ଆମେରିକାର ଅଧିକାରୀଙ୍କୁ କିଭ୍ ପଠାଯିବ କି ନାହିଁ ତାହା ସ୍ଥିର କରିବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାଇଡେନଙ୍କ ନିର୍ଦ୍ଦେଶ ପରେ ଆମେରିକାର ବରିଷ୍ଠ ଅଧିକାରୀ ଏହା ଉପରେ ଏବେ ବିଚାର କରୁଛନ୍ତି।

ଏକ ରିପୋର୍ଟ ଅନୁସାରେ, ସମ୍ଭବତଃ ଆମେରିକାର ପ୍ରତିରକ୍ଷା ସଚିବ ଲାୟଡ ଅଷ୍ଟିନ ଏବଂ ବିଦେଶ ମନ୍ତ୍ରୀ ଏଣ୍ଟନୀ ବ୍ଲିଙ୍କନ ମଧ୍ୟରୁ କେହି କିଭ୍ ଯାଇ ପାରନ୍ତି। ତେବେ ବାଇଡେନ ଏହା ଉପରେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି । ଏହା ପୂର୍ବରୁ ରାଷ୍ଟ୍ରପତି ବାଇଡେନ ୟୁକ୍ରେନକୁ ୮୦ କୋଟି ଡଲାର ଅତିରିକ୍ତ ସହାୟତା ଦେବାକୁ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ନିକଟରେ ବୋରିସ୍ ଜନ୍ସନ ୟୁକ୍ରେନ ଗସ୍ତରେ ଯାଇ ସ୍ଥିତିର ଅନୁଧ୍ୟାନ କରିଥଲେ।

Related Posts