ବଦଳିବ ବୋଲଗଡ଼ ରୋଡ ରେଳ ଷ୍ଟେସନର ନାମ, ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଦଳିବ ବୋଲଗଡ଼ ରୋଡ ରେଳ ଷ୍ଟେସନର ନାମ । ନାମ ପରିବର୍ତ୍ତନ ହୋଇ ମାଣିକଗୋଡ଼ା ଷ୍ଟେସନ ହେବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହି ସମ୍ୱନ୍ଧରେ ରେଳ ମନ୍ତ୍ରଣାଳୟ ତରଫରୁ ଗୃହ ବିଭାଗକୁ ଅନାପତ୍ତି ପତ୍ର ପ୍ରଦାନ କରାଯାଇଛି। ତେବେ ଖୁବଶୀଘ୍ର ଏହି ଷ୍ଟେସନର ନାମ ପରିବର୍ତ୍ତନ ହୋଇ ମାଣିକଗୋଡ଼ା ଷ୍ଟେସନ ହେବ। ଏନେଇ ରେଳମନ୍ତ୍ରୀ ପତ୍ର ଲେଖି ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀଙ୍କୁ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ଅପରାଜିତା ଷଡ଼ଙ୍ଗୀ ବୋଲଗଡ଼ର ଜନସାଧାରଣଙ୍କ ଆଗ୍ରହ କ୍ରମେ ବୋଲଗଡ଼ ରୋଡ ଷ୍ଟେସନର ନାମ ପରିବର୍ତ୍ତନ କରି ମାଣିକଗୋଡ଼l ଷ୍ଟେସନ ରଖିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୂର୍ବରୁ ଚିଠି ଲେଖି ଅନୁରୋଧ କରିଥିଲେ। ଏହାପରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ନାମ ପରିବର୍ତ୍ତନ ନେଇ ଅନାପତ୍ତି ପତ୍ର ପ୍ରଦାନ କରାଯାଇଛି।

Related Posts